ଭୁବନେଶ୍ୱର: ଯେତେବେଳେ ଆମେ ଏକ ରେଷ୍ଟୁରାଣ୍ଟରେ ଖାଇଥାଉ, ଅଧିକାଂଶ ଲୋକ ଦେଇଥିବା ଟଙ୍କା ଠାରୁ ଅଧିକ ଲାଭ ଉଠାଇବାକୁ ଚେଷ୍ଟା କରିଥାନ୍ତି । ସେହି ସମୟରେ ସେ ମଧ୍ୟ ତାଙ୍କ ପେଟର ଯତ୍ନ ନ ନେଇ ଅଧିକ ରୁ ଅଧିକ ଖାଦ୍ୟ ଖାଇବାରେ ଲାଗିଥାନ୍ତି । ପରବର୍ତ୍ତୀ ସମୟରେ ସେମାନଙ୍କୁ ହସ୍ପିଟାଲ ଯିବାକୁ ପଡିଥାଏ । ସେହିପରି ଜଣେ ମହିଳାଙ୍କ କ୍ଷେତ୍ରରେ ଘଟିଛି । ଲୋଭରେ ଅଧିକ ଖାଦ୍ୟ ଖାଇବା ଫଳରେ ଶେଷରେ ତାଙ୍କୁ ହସ୍ପିଟାଲ ଯିବାକୁ ପଡିଛି ।
୨୪ ବର୍ଷୀୟ ଆମେରିକା ନିବାସୀ ଡାନିଏଲ୍ ଶାପିରୋ (Danielle Shapiro) କାଲିଫର୍ନିଆର ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ । ଯେଉଁଠି ସେମାନଙ୍କୁ ଥରେ ଦେୟ ଦେବା ପରେ ସବୁକିଛି ଖାଇବାର ସ୍ୱାଧୀନତା ଦିଆଯାଇଥିଲା । ମହିଳା ଜଣକ ଅତ୍ୟଧିକ ଲୋଭୀ ହୋଇ ଖାଇବା ଆରମ୍ଭ କରିଥିଲେ । ଫଳସ୍ୱରୂପ, ତାଙ୍କୁ ସିଧା ରେଷ୍ଟୁରାଣ୍ଟ ରୁ ଡାକ୍ତରଖାନାକୁ ଯିବାକୁ ପଡିଥିଲା ।
ଡେଲି ମେଲର ରିପୋର୍ଟ ଅନୁଯାୟୀ, ଏହି ଘଟଣା ୨୧ ଡିସେମ୍ବର ୨୦୨୧ ର । କାଲିଫର୍ନିଆର ମାଉଣ୍ଟେନ୍ ଭ୍ୟୁ ରେଷ୍ଟୁରାଣ୍ଟ Sushi 85 ରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭାରତୀୟ ମୁଦ୍ରାରେ ପ୍ରାୟ ୩୭୦୦ ଟଙ୍କା ଦେବାକୁ ପଡିବ ଏବଂ ଥରେ ଟଙ୍କା ଦେବା ପରେ ଆପଣ ଅନଲିମିଟେଡ଼ ଖାଦ୍ୟ କହିପାରିବେ। ଟଙ୍କା ଦେବା ପରେ ମହିଳା ଜଣକ ପଶୁଙ୍କ ପରି ଖାଇବାକୁ ଲାଗିଥିଲେ । ଖାଦ୍ୟ କହୁଥିବା ସମୟରେ ସେ ପେଟରେ ଭୟଙ୍କର ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା । ଡାକ୍ତରମାନେ ତାଙ୍କୁ ଗ୍ୟାସ ଏବଂ ଏସିଡ଼ିଟି ସମସ୍ୟା ବିଷୟରେ କହିଥିଲେ।
ଡାନିଏଲ୍ ଟିକଟକରେ ଏହି ଘଟଣା ସହ ଜଡିତ ଏକ ଭିଡିଓ ସେୟାର କରିଛନ୍ତି, ଯାହା ୧୧.୩ ମିଲିୟନ୍ ଭ୍ୟୁ ପାଇଛି । ସେ କହିଥିଲେ ଯେ, ସେ ତାଙ୍କ ବନ୍ଧୁଙ୍କ ସହ ରେଷ୍ଟୁରାଣ୍ଟ କୁ ଯାଇଥିଲେ ସେଠାରେ ସେ ୩୭୦୦ ଟଙ୍କା ଦେଇ ଉଭୟେ ମୋଟ ୨ ଘଣ୍ଟା ଖାଦ୍ୟ ଖାଇଥିଲେ। ଶେଷରେ ତାଙ୍କୁ ଡାକ୍ତରଖାନା ଯିବାକୁ ପଡିଥିଲା ।