ଭୁବନେଶ୍ୱର: ମହିଳାଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିଲେ କନଷ୍ଟେବଳ । ଛାତି ଥରେଇଦେଲା ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଭିଡିଓ । ମଧ୍ୟପ୍ରଦେଶରେ (ଆରପିଏଫ) ର ଜଣେ କନଷ୍ଟେବଳ ଶନିବାର ସକାଳେ ଓଜୈନ (Ujjain Railway Station) ରେଳ ଷ୍ଟେସନରେ ଜଣେ ମହିଳାଙ୍କ ଜୀବନ ରକ୍ଷା କରିଥିଲେ। ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ କାର୍ଯ୍ୟରତ କନଷ୍ଟେବଳଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି।
ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ ମହିଳା ଜଣକ ଚଳନ୍ତା ଟ୍ରେନରୁ ଦୁଇ ପିଲାଙ୍କୁ ପ୍ଲାଟଫର୍ମ ଆଡକୁ ଫୋପାଡିବା ପରେ ନିଜେ ଟ୍ରେନ୍ରୁ ଡେଇଁ ପଡୁଛନ୍ତି। ଟ୍ରେନ ତାଙ୍କୁ ଟାଣିବା ପୂର୍ବରୁ ପ୍ଳାଟଫର୍ମରେ ଉପସ୍ଥିତ ଥିବା ଆରପିଏଫ୍ କନଷ୍ଟେବଳ ମହିଳାଙ୍କୁ ଠିକ୍ ସମୟରେ ଟାଣି ନେଉଛନ୍ତି । ଯେଉଁଥିପାଇଁ ମହିଳାଙ୍କ ଜୀବନ ବଞ୍ଚାଯାଇଥିଲା । ଏହି ସାହସିକତା ପାଇଁ ଲୋକମାନେ କନଷ୍ଟେବଳ ମୁକେଶ କୁଶୱାଙ୍କୁ ପ୍ରଶଂସା କରୁଛନ୍ତି ।
“जल्दबाजी हो सकती है घातक”#उज्जैन– गलत ट्रैन में सवार हुई महिला,पता चलने पर जल्दबाजी में प्लेटफॉर्म पर चलती ट्रेन से उतरी, संतुलन बिगड़ने से महिला ट्रैन की चपेट में आने से बची,प्लेटफार्म पर मौजूद पुलिस कर्मी महेश कुशवाहा की सतर्कता से हादसा टला,#GRP @RailwaySeva#Ujjain #CCTV pic.twitter.com/943niH1usl
— vikas singh Chauhan (@vikassingh218) May 14, 2022
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ଜଣେ ବ୍ୟକ୍ତି, ତାଙ୍କ ପତ୍ନୀ ଏବଂ ଦୁଇ ପିଲା ସକାଳ ପ୍ରାୟ ୬:୩୦ ରେ ଷ୍ଟେସନକୁ ଆସିଥିଲେ। ମହିଳା ଜଣକ ସିହୋର କୁ ଯିବାକୁ ଥିବା ଟ୍ରେନରେ ଚଢିବା ବଦଳରେ ହଠାତ୍ ଜୟପୁର-ନାଗପୁର ଟ୍ରେନରେ ଚଢ଼ିଯାଇଥିଲେ।ପରେ ସେ ଜାଣିବାକୁ ପାଇଥିଲେ ଯେ, ସେ ଭୁଲ ଟ୍ରେନରେ ଯାତ୍ରା କରୁଛନ୍ତି ବୋଲି । ଶେଷରେ ଉପାୟ ଶୂନ୍ୟ ହୋଇ ସେ ନିଜର ଚାରି ଏବଂ ଛଅ ବର୍ଷର ପୁଅକୁ ପ୍ଲାଟଫର୍ମରେ ଫୋପାଡି ଦେଇ ନିଜେ ଚଳନ୍ତା ଟ୍ରେନରୁ ଡେଇଁପଡିଥିଲେ।