ଚନ୍ଦକାରେ ଜଣେ ମହିଳାଙ୍କୁ ବିଭତ୍ସ ହତ୍ୟା, ମୁଣ୍ଡ ଖୋଜୁଛି ପୋଲିସ ।

ଭୁବନେଶ୍ୱର : ବହୁଚର୍ଚିତ ରମାଦେବୀ ଛାତ୍ରି ଝରାଫୁଲ ମୃତ୍ୟୁ ଘଟଣା ଉପରୁ ପରଦା ନହଟୁଣୁ ଏପଟେ ରାଜଧାନୀରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ ଦେଖିବାକୁ ମିଳିଛି । ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ଚନ୍ଦକା ଥାନା ଅଧିନସ୍ଥ ଦାସପୁର ଅଞ୍ଚଳରେ ।

ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ଏହି ମହିଳାଙ୍କୁ ହତ୍ୟା କରାଯାଇଛି ତାହାର ସୁରାକ ଖୋଜୁଛି ଚନ୍ଦକା ଥାନା ପୋଲିସ । ଘଟଣା ସ୍ଥଳରେ ହତ୍ୟାରେ ବ୍ୟବହୃତ ହେଇଥିବା ଛୁରୀ, ହ୍ୟାଣ୍ଡ ଗ୍ଲୋବସ ଏବଂ ମଦ ବୋତଲକୁ ଜବତ କରିଛି ସାଇନ୍ଟଫିକ ଟିମ । ଏହି ମହିଳା ଜଣକ ସେହି ସ୍ଥାନୀୟ ଅଞ୍ଚଳର ନା ଆଉ କେଉ ଅଞ୍ଚଳର ତାହା ଏଯାଏଁ କିଛି ଜଣା ପଡ଼ିନାହିଁ ।

ସେପଟେ ମୃତ ମହିଳାଙ୍କ ମୁଣ୍ଡ କୁ ଜଙ୍ଗଲ ସାରା ଘୁରି ଘୁରି ଖୋଜୁଛି ଚନ୍ଦକା ପୋଲିସ । ଘଟଣା ସ୍ଥଳରେ ମହିଳା ଜଣଙ୍କର କିଛି ଭଙ୍ଗା ଚୁଡି ମଧ୍ୟ ସେଠାରେ ପଡିଥିବା ଦେଖିବାକୁ ମିଳିଛି । ସୂଚନାନୁଯାଇ ଆଜି ଭୋରରୁ ଦାସପୁର ମୁଖ୍ୟରାସ୍ତା ଦେଇ ଯାଉଥିବା କିଛି ସ୍ଥାନୀୟ ଲୋକେ ଉକ୍ତ ମହିଳାଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ତାପରେ ସେମାନେ ତୁରନ୍ତ ପୋଲିସକୁ ଏନେଇ ଖବର ଦେଇଥିଲେ ।

https://www.facebook.com/ommcomnews/videos/3953458584719277/

ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସେଠାରେ ପଡିଥିବା ବସ୍ତ୍ର ଏବଂ ବେଡସିଟକୁ ଜବତ କରିଛି । ସେଠାରେ ମଦ ବୋତଲ ପଡିଥିବା ଦେଖିବାକୁ ମିଳିଥିବା ବେଳେ କାର୍ ଚକ୍ର ଚିହ୍ନ ରହିଛି । ମୃତଦେହ ଟିକୁ ଅନ୍ୟ କୌଣସି ସ୍ଥାନରୁ ମାରି ସେଠାରେ ପକାଯାଇଥିବା ସନ୍ଦେହ କରାଯାଉଛି ।