ଭୁବନେଶ୍ୱର: ଯଦି ଆପଣ ଜଣେ ମହିଳା , ତେବେ ଆପଣ ରାଜ୍ୟ ସରକାରଙ୍କ ବ୍ୟାଙ୍କ ସଖୀ ଯୋଜନା ଅଧୀନରେ ପ୍ରତି ମାସରେ ୪ ହଜାର ଟଙ୍କା ରୋଜଗାର କରିପାରିବେ । ବାସ୍ତବରେ ମହିଳାମାନଙ୍କୁ ରୋଜଗାର ଯୋଗାଇବା ପାଇଁ ଉତ୍ତରପ୍ରଦେଶ ସରକାର ବିସି (Banking Correspondent) ସଖୀ ଯୋଜନା (UP Banking Sakhi Yojana) ଚଳାଉଛନ୍ତି। ଏହି ଯୋଜନା ଦୁର୍ବଳ ଶ୍ରେଣୀର ମହିଳାମାନଙ୍କ ପାଇଁ ଅତ୍ୟନ୍ତ ସହାୟକ ହେଉଛି । ଏହି ଯୋଜନା ମାଧ୍ୟମରେ ମହିଳାମାନେ ବ୍ୟାଙ୍କ ଏଜେଣ୍ଟ ହୋଇ ପ୍ରତି ମାସରେ ୪ ହଜାର ଟଙ୍କା ପର୍ଯ୍ୟନ୍ତ ପାଇପାରିବେ।
୨୦୨୦ ମସିହାରେ ଉତ୍ତରପ୍ରଦେଶ ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ଗାଁର ମହିଳାମାନେ ବ୍ୟାଙ୍କରେ ଯୋଗଦେବେ ଏବଂ ଘର ଘର ଯାଇ ଟଙ୍କା କାରବାର କରିବେ। ଏହି କାରବାର ଡିଜିଟାଲ୍ ହେବ ।
ଆବେଦନକାରୀ ଦଶମ ପାସ୍ ହେବା ଉଚିତ୍,ସେମାନେ ଅନଲାଇନ୍ କାରବାର ଉପରେ ଜାଣିବା ଉଚିତ୍ । ଏହି ଯୋଜନା ଅଧୀନରେ ଏହି ମହିଳାମାନେ ଗାଁର ଲୋକଙ୍କୁ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇ ଦେବେ। ଗାଁର ଲୋକଙ୍କୁ ବ୍ୟାଙ୍କିଙ୍ଗ ବିଷୟରେ ଅବଗତ କରାଇବା ମଧ୍ୟ ସେମାନଙ୍କର ଦାୟିତ୍ୱ ରହିବ।
ଏହି ଯୋଜନାର ଲାଭ ଉଠାଇବାକୁ ହେଲା ଆବେଦନ କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ଗୁଗୁଲ ପ୍ଲେ ଷ୍ଟୋରକୁ ଯାଇ ବିସି ସଖୀ ଆପ୍ ଡାଉନଲୋଡ୍ କରିବାକୁ ପଡିବ । ଏହା ପରେ ସେଠାରେ ଦିଆଯାଇଥିବା ସମସ୍ତ ତଥ୍ୟର ବିବରଣୀ ପୂରଣ କରିବାକୁ ପଡିବ ।