Odia

ବଳାତ୍କାର ପୀଡ଼ିତାଙ୍କୁ ରାକ୍ଷୀ ବାନ୍ଧିବାପାଇଁ ହାଇକୋର୍ଟ ରଖିଲେ ସର୍ତ୍ତ

ନୂଆଦିଲ୍ଲୀ: ହାଇକୋର୍ଟଙ୍କ ସର୍ତ୍ତକୁ ନେଇ ବିଭିନ୍ନ ମହଲରେ ବିରୋଧ କରାଯିବା ସହ ମହିଳା ଓକିଲମାନେ ସୁପ୍ରିମ​କୋର୍ଟର ଦ୍ୱାରସ୍ଥ ହେଇଛନ୍ତି | ମଧ୍ୟପ୍ରଦେଶ ହାଇକୋର୍ଟ ଜଣେ ଯୌନ ନିର୍ୟାତନାକାରୀକୁ ‘ରାକ୍ଷୀ’ ବାନ୍ଧିବା ସର୍ତ୍ତ ରଖି ଜାମିନ ମଞ୍ଜୁର କରିବା ଘଟଣା ଏବେ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି | ଏ ନେଇ ୯ ଜଣ ମହିଳା ଆଇନଜୀବୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି |

ଗତ ଶୁକ୍ରବାର ବିଚାରପତି ଏ.ଏମ୍ ଖାନୱିଲ୍‌କର୍‌ଙ୍କ ନେତୃତ୍ୱରେ ହେଇଥିବା ଖଣ୍ଡପୀଠ ଅନୁସାରେ ଏ ସଂକ୍ରାନ୍ତରେ ବେଣୁଗୋପାଳଙ୍କୁ କାର୍ୟ୍ୟାଳୟକୁ ନୋଟିସ ଜାରି କରି ନଭେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ୟ୍ୟ କରିଛନ୍ତି | ବଳାତ୍କାର ପୀଡ଼ିତାଙ୍କୁ ‘ରାକ୍ଷୀ’ ବାନ୍ଧିବାକୁ ଅନୁରୋଧ କରିବେ ବୋଲି ସର୍ତ୍ତ ରଖି ଜଣେ ଅଭିଯୁକ୍ତକୁ ମଧ୍ୟପ୍ରଦେଶ ହାଇକୋର୍ଟ ଗତ ଜୁଲାଇ ମାସରେ ଜାମିନ ମଞ୍ଜୁର କରିଥିଲେ |

ଏହା ଆଇନ ସମ୍ମତ ହୋଇ ନ ଥିବା ଦର୍ଶାଇ ସମଗ୍ର ଦେଶରେ ଏହାର ପ୍ରତିବାଦ କରାଯାଇଥିଲା | ଖାଲି ସେତିକି ନୁହେଁ ଏଭଳି ସର୍ତ୍ତରୁ ଅଦାଲତ ନିବୃତ୍ତ ରହିବା ଉଚିତ ବୋଲି ଦର୍ଶାଇ ହାଇକୋର୍ଟ ରାୟ ବିରୋଧରେ ମହିଳା ଓକିଲମାନେ ସୁପ୍ରିମ​କୋର୍ଟରେ ଆବେଦନ କରିଛନ୍ତି |

ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ଅଗଷ୍ଟ ୩ ତାରିଖରେ ଅଭିଯୁକ୍ତ ରାକ୍ଷୀ ଓ ମିଠା ସହ ପତ୍ନୀଙ୍କୁ ସାଙ୍ଗରେ ଧରି ପୀଡ଼ିତାଙ୍କୁ ଭେଟିବେ ଓ ସବୁଦିନ ପାଇଁ ତାଙ୍କୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇ ରାଖି ବାନ୍ଧିବାକୁ ଅନୁରୋଧ କରିବେ | ସେ ପୀଡ଼ିତାଙ୍କୁ ୧୧ହଜାର ଟଙ୍କା ଉପହାର ମଧ୍ୟ ଦେବେ |

ହାଇକୋର୍ଟଙ୍କ ଏଭଳି ସର୍ତ୍ତ ଆଇନର ବିରୁଦ୍ଧାଚରଣ କରୁଛି | ଏଭଳି ସର୍ତ୍ତ ଆଦୌ ପୀଡ଼ିତାଙ୍କ ଯନ୍ତ୍ରଣା କମାଇପାରିବ ନାହିଁ ବରଂ ଏହା ଦ୍ୱାରା ପିଡୀତଙ୍କ ଭାବନାରେ ମଧ୍ୟ କୁଠାରଘାତ ହେବ ବୋଲି ଆବେଦନକାରୀ ଆଇନଜୀବୀ ଦର୍ଶାଇଛନ୍ତି | ଏହି ପରିପ୍ରେକ୍ଷୀରେ ଦେଶର ସମସ୍ତ ଅଦାଲତ ଏଭଳି ରାୟ ପ୍ରଦାନରୁ ବିରତ ରହିବା​ ପାଇଁ ନିର୍ଦେଶ ଦେବାକୁ ସେମାନେ ସୁପ୍ରିମକୋର୍ଟକୁ ନିବେଦନ କରିଛନ୍ତି |

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close