ଏ ହେଉଛି ଦୁନିଆର ସବୁଠାରୁ ମହଙ୍ଗା ମାଛ, ଦାମ ଏତେ ଯେ କିଣିଦେବେ ଘର ସହ BMW କାର

ଭୁବନେଶ୍ୱର: ଆପଣ ନିଶ୍ଚିତ ଭାବରେ ମାଛ ବଜାରରୁ କିଣୁଥିବେ । କେତେବେଳେ ଖାଇବା ପାଇଁ ତା ଆଉ କେତେବେଳେ ଆକ୍ୱାରିୟମରେ ରଖିବା ପାଇଁ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଗୋଟିଏ ମାଛ ପାଇଁ କୋଟି ଟଙ୍କା ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ତେବେ ସେ ମାଛରେ ଏମିତି କଣ ଅଛି …ଯାହା ପାଇଁ ଏତେ ଡିମାଣ୍ଡ ।

ଡ୍ରାଗନ୍ ମାଛ ହେଉଛି ଦୁନିଆର ସବୁଠାରୁ ମହଙ୍ଗା ମାଛ । ଏହା ଏସୀୟ ଆରୋୱାନା ଭାବରେ ମଧ୍ୟ ଜଣାଶୁଣା । ସିଏନବିସି ରିପୋର୍ଟ ଅନୁଯାୟୀ, ଗୋଟିଏ ମାଛର ମୂଲ୍ୟ ପ୍ରାୟ ୨ ରୁ ୩ କୋଟି ଅଟେ।

ଲୋକମାନେ କେବଳ ଏହି ମାଛ କିଣିବା ପାଇଁ ନୁହେଁ ବରଂ ଏହାର ସୁରକ୍ଷା ପାଇଁ ମଧ୍ୟ ବହୁତ ଟଙ୍କା ଖର୍ଚ୍ଚ କରନ୍ତି । ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏତେ ଟଙ୍କାରେ ଏକ ସ୍ୱପ୍ନର ଘର, ବିଳାସପୂର୍ଣ୍ଣ କାର କିମ୍ବା ଅନେକ ସୁନା କିଣାଯାଇପାରିବ । ତେବେ କାହିଁକି ଏହି ମାଛ ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବା ? ଏହି ମାଛ ଘରେ ରହିଲେ ଶୁଭଫଳ ଆଣିଥାଏ ବୋଲି ବିଶ୍ୱାସ କରାଯାଏ ।

ଏକ ରିପୋର୍ଟ ଅନୁଯାୟୀ, ଚାଇନାର ଲୋକମାନେ ଏହି ମାଛ ପାଇଁ ଅତ୍ୟଧିକ ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛନ୍ତି। ଏହି ମାଛ ଉପରେ ଏକ ପୁସ୍ତକ ମଧ୍ୟ ଲେଖାଯାଇଛି, ଯାହାର ନାମ – ଡ୍ରାଗନ୍ ବିହେଡ୍ ଗ୍ଲାସ୍ । ଏହି ପୁସ୍ତକରେ ମାଛ ବିଷୟରେ ଅନେକ ସୂଚନା ଦିଆଯାଇଛି । ଆରୋୱାନା ଏକ ସାଧାରଣ ଘରୋଇ ମାଛ ନୁହେଁ, ଏହା ଦକ୍ଷିଣ ପୂର୍ବ ଏସିଆରେ ଦେଖାଯାଏ ଏବଂ ଏହାର ଲମ୍ବ ପ୍ରାୟ ୩ ଫୁଟ ।