ଭୁବନେଶ୍ୱର: ଯଦି ଆପଣ କୁକୁର ରଖିବାକୁ ଭଲ ପାଆନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ । ଏଣିକି ଘରେ କୁକୁର ପାଳିବାକୁ ହେଲେ ଆପଣଙ୍କୁ ଲାଇସେନ୍ସ ନେବାକୁ ପଡିବ। ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ , ଉତ୍ତରପ୍ରଦେଶ ସରକାର ଗୃହପାଳିତ ପଶୁଙ୍କ ପାଇଁ ଲାଇସେନ୍ସ ବାଧ୍ୟତାମୂଳକ କରିଛନ୍ତି।
ଯୋଗୀ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନୂତନ ନୀୟମ ଅନୁଯାୟୀ, ଯଦି ଆପଣ କୁକୁରକୁ ଘରେ ରଖିଛନ୍ତି ହେଲେ ଆପଣଙ୍କ ପାଖରେ ଲାଇସେନ୍ସ ନାହିଁ, ତେବେ ଏଭଳି ପରିସ୍ଥିତିରେ ମାଲିକଙ୍କ ଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ।
ମ୍ୟୁନିସିପାଲିଟି ପ୍ରଶାସନର ଅଧିକାରୀଙ୍କ ସହିତ ୮ ଟି ଟିମ ଜୁନ୍ ୧ ରୁ ସର୍ଭେ କରିବେ । ଏହି ଟିମ ଏବଂ ଅଧିକାରୀମାନେ ପୋଷା କୁକୁରମାନଙ୍କ ପାଇଁ ଲାଇସେନ୍ସ ନଥିବା ଲୋକଙ୍କୁ ଦଣ୍ଡିତ କରିବା ସହ କୁକୁରକୁ ମଧ୍ୟ ଜବତ କରିବେ ।