ଶୌଚାଳୟରେ ମୋବାଇଲ୍ ବ୍ୟବହାର କରୁଥିଲେ ଥରେ ପଢ଼ିନିଅନ୍ତୁ ଏହି ଖବର, କେତେ ମାରାତ୍ମକ ହୋଇପାରେ ଏହି ଅଭ୍ୟାସ

ଭୁବନେଶ୍ୱର: ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଶୌଚାଳୟରେ ବସି ଫୋନ୍ ବ୍ୟବହାର କରନ୍ତି, କିନ୍ତୁ ଏହି ଅଭ୍ୟାସ ଆପଣଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ଏହି ଅଭ୍ୟାସ ଆଗାମୀ ଦିନରେ ଆପଣଙ୍କୁ ବହୁତ ଅସୁସ୍ଥ କରିପାରେ । ଆପଣ ବିପଦ ଜନିତ ରୋଗର ମଧ୍ୟ ଶିକାର ହୋଇପାରନ୍ତି।

ଶୌଚାଳୟରେ ମୋବାଇଲ୍ ବ୍ୟବହାର ଦ୍ୱାରା ପାଇଲ୍ସ ସମସ୍ୟା ହୋଇପାରେ। ଏହା ବ୍ୟତୀତ,ଶୌଚାଳୟରେ ମୋବାଇଲ୍ ବ୍ୟବହାର କରିବା ହେତୁ ଆପଣ ବ୍ୟାକ୍ଟେରିଆର ଶିକାର ମଧ୍ୟ ହୋଇପାରନ୍ତି। ଶୌଚାଳୟରେ ଥିବା ଜୀବାଣୁ ଆପଣଙ୍କ ମୋବାଇଲରେ ଲାଗିଥାନ୍ତି। ଯାହା ଦ୍ୱାରା ଆପଣ ସଂକ୍ରମଣ ଶିକାର ମଧ୍ୟ ହୋଇପାରନ୍ତି। ତେଣୁ ଏଭଳି ଅଭ୍ୟାସ ଥିଲେ ତୁରନ୍ତ ଛାଡ଼ନ୍ତୁ ଯାହାକି ଆପଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ।