ଖୋର୍ଦ୍ଧା ବେଗୁନିଆରେ ଚାଞ୍ଚଲ୍ୟ : ଯୁବକଙ୍କୁ ହତ୍ୟାକରି ପୋଡି ଦେଲେ ଦୁର୍ବୁତ୍ତ, ଛଅ ଅଟକ

ଭୁବନେଶ୍ୱର : ଯୁବକଙ୍କୁ ହତ୍ୟାକରି ଶ୍ମଶାନରେ ପୋଡି ଦେଲେ ଦୁର୍ବୁତ୍ତ । ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଡିଙ୍ଗର ଅଭିମାନପୁର ଗାଁର ସତ୍ୟବ୍ରତ ନାୟକଙ୍କୁ ଗତ ୧ ତାରିଖ ଦିନ ଗାଁ ମିଟିଙ୍ଗରେ କୌଣସି କାରଣରୁ ଡାକି ନେଇ ପେଲାଠେଲା କରିଥିଲେ । ପୁନର୍ବାର ୨ ତାରିଖ ରାତି ଆଠଟା ସମୟରେ ଉକ୍ତ ଗ୍ରାମର ଦୁଇ ଯୁବକ ସମନି ନାୟକ ଏବଂ ଟୁଲୁ ବେହେରା ସତ୍ୟବ୍ରତଙ୍କୁ ମିଟିଙ୍ଗ ଅଛି କହି ଘରୁ ଡାକି ଆଣି ହତ୍ୟା କରି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କରଡ଼ଗାଡ଼ିଆ ଗ୍ରାମର ପଟାସ ଜଙ୍ଗଲ ଭିତରେ ଥିବା ଶ୍ମଶାନରେ ପୋଡି ଦେଇଥିବା ତାଙ୍କ ପୁତୁରା ବସନ୍ତ କୁମାର ନାୟକ ବେଗୁନିଆ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାକୁ ଗୁରୁତର ସହ ନେଇଥିଲା । ଖୋର୍ଦ୍ଧା ଏସଡିପିଓ ,ବେଗୁନିଆ ଓ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ ଏବଂ ଏହି ଘଟଣାରେ ପୋଲିସ ଛଅ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।