ଖୋର୍ଦ୍ଧା ନୂଆଗଡ଼ ମୋରମରସିଂହ ଗାଁରେ ଅଘଟଣ, ନାଳ ପାଣିରେ ଭାସି ଯୁବକ ମୃତ

ଭୁବନେଶ୍ୱର: ନାଳ ପାଣିରେ ଭାସି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ନୂଆଗଡ ଗ୍ରାମପଞ୍ଚାୟତ ମୋରମରସିଂହ ଗ୍ରାମର ୨୯ ବର୍ଷୀୟ ଯୁବକ କମ୍ବେଶ୍ୱର ପାଟ୍ଟଶାଣୀ।

କମ୍ବେଶ୍ୱର ଆଜି ସକାଳୁ ସକାଳୁ ବିଲକୁ ଫସଲ ଦେଖିବାକୁ ଯାଇଥିଲେ । ତେବେ ନାଳ ପାର ହେଉଥିବା ବେଳେ ପାଣି ସୁଅରେ ସେ ଭାସି ଯାଇଥିଲେ। ବହୁ ଖୋଜାଖୋଜି ପରେ ଶେଷରେ ତାଙ୍କର ମୃତ ଦେହ ଉଦ୍ଧାର କରିଥିଲେ ପରିବାର ଲୋକେ । କମ୍ବେଶ୍ୱର ୬ ମାସ ତଳେ ବିବାହ କରିଥିଲେ। ତାଙ୍କ ଏଭଳି ଅକାଳ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ । ତେବେ ମୃତ କମ୍ବେଶ୍ୱରଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।