ଭୁବନେଶ୍ୱର: ପଶୁମାନଙ୍କ ସହିତ ମଣିଷର ବନ୍ଧୁତା ଆଶ୍ଚର୍ଯ୍ୟଜନକ, କିନ୍ତୁ ବେଳେବେଳେ ମଣିଷ ପଶୁ ଉପରେ ଅଧିକ ବିଶ୍ୱାସ କରେ, ଯାହାକି ପରବର୍ତ୍ତୀ ମୁହୁର୍ତରେ ବିପଦକୁ ନିମନ୍ତ୍ରଣ କରିଥାଏ । ସୋସିଆଲ ମିଡିଆରେ ଭାଇରାଲ୍ ଫୁଟେଜରେ ମଧ୍ୟ ସମାନ ଘଟଣା ଦେଖିବାକୁ ପାଇବେ , ଯେଉଁଥିରେ ଜୁ-କିପର ସିଂହ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ, ଦୁଇଜଣ ଜୁ-କିପରଙ୍କୁ ସିଂହ ଆକ୍ରମଣ କରୁଛି । ହେଲେ ସୌଭାଗ୍ୟ ବଶତଃ ସେଠାରେ ଥିବା ସିଂହୀ ସିଂହର ଏହି କାର୍ଯ୍ୟକୁ ଦେଖିନିଏ ଏବଂ ତା’ପରେ ସେ ଦୁଇଜଣ ଜୁ-କିପରଙ୍କୁ ଉଦ୍ଧାର କରିବାକୁ ଧାଇଁ ଆସୁଛି , ଯାହାକୁ ଦେଖିବା ପରେ ଆପଣ ମଧ୍ୟ ସିଂହୀର ଉଦାରତା ଏବଂ କରୁଣାକୁ ପ୍ରଶଂସା କରିବେ। ଯଦି ସେ ଟିକେ ବିଳମ୍ବ କରିଥାନ୍ତେ, ବୋଧହୁଏ ସେହି ଦୁଇ ଜୁ-କିପରଙ୍କ ଜୀବନ ଚାଲିଯାଇଥାନ୍ତା ।
ସିଂହୀର ଏଭଳି ଉଦ୍ୟମ ପରେ ସିଂହ ଧୀରେ ଧୀରେ ଶାନ୍ତ ହୁଏ ଏବଂ ସେଠାରୁ ଜୁ-କିପରମାନେ ଚାଲିଯାଆନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି – ସିଂହୀ ନିଜ ସାଥୀକୁ ମଣିଷ ପରି ନିୟନ୍ତ୍ରଣ କରିଛି। ଯାହାଦ୍ୱାରା ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୁଇ ଜୁ-କିପର।