ରାସ୍ତାରେ ଆତଙ୍କ ରଚିଲା ଚିତାବାଘ, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ
ଲକଡାଉନ ସମୟରେ ଅନେକ ପଶୁ ସହର ମୁହାଁ ହୋଇଛନ୍ତି l ରାସ୍ତାରେ ହାତୀ, ସିଂହ ଓ ଚିତାବାଘ ଦେଖିବାକୁ ମିଳିଛି l ହାଇଦ୍ରାବାଦରେ ଏକ ଚିତାବାଘ ଆତଙ୍କ ସୃଷ୍ଟି କରି ଅନେକ ଲୋକଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି l