ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ କରୋନା ଯେତିକି କାୟା ବିସ୍ତାର କରୁଛି ତା ଠାରୁ ଅଧିକ କ୍ରିୟାଶୀଳ ହୋଇଛନ୍ତି ଅପରାଧୀ ଗୋଷ୍ଠୀ । ସମ୍ବଲପୁର ସହରର ଚେରୁଆପଡା ଠାରେ ଥିବା ଏକ Mareket Complex ସମ୍ମୁଖରେ ବ୍ୟବସାୟୀ ଦେବାଶିଷ ପତିଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ ।
ଦେବାଶିଷ ସବୁଦିନ ପରି ଗତ ୧୭ ତାରିଖରେ ନିଜ ମାର୍କେଟ କମ୍ପ୍ଲେକ୍ସରେ ଥିବା ତାଙ୍କ ଅଫିସକୁ ଯାଇଥିଲେ । ଏହି ସମୟରେ ଚାରି ଜଣ ଯୁବକ ସେଠାରେ ପହଂଚିଥିଲେ । ଆଉ ସେହି ଭିତରୁ ଦୁଇ ଜଣ ଯୁବକ ଏକ ଷ୍ଟିଲ ରଡରେ ଦେବାଶିଷଙ୍କୁ ଗୁରୁତର ଭାବେ ଆକ୍ରମଣ କରିଥିଲେ ।
ଏହି ଆକ୍ରମଣରେ ଦେବାଶିଷଙ୍କ ଦୁଇ ହାତ ସମ୍ପୁର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଦେହର ଅନ୍ୟ ସ୍ଥାନରେ ବହୁ ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲାରେ ଭର୍ତି କରାଯାଇଛି । ଯାହାର ସାଙ୍ଘାତିକ ଚିତ୍ର ଏବେ ସାମ୍ନାକୁ ଆସିଛି ।