ମୁମ୍ବାଇ : ଟାଇଗର ଶ୍ରଫଙ୍କ ୩୧ତମ ଜନ୍ମଦିନ | ଶୁଭେଚ୍ଛାର ସୁଅଛୁଟିଲା |ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଆଜି ୩୧ ତମ ଜନ୍ମ ଦିନ | ଆଜି ତାଙ୍କ ବିଶେଷ ଦିନରେ ଅର୍ଥାତ ମଙ୍ଗଳବାର ସକାଳ ଠାରୁ ତାଙ୍କର ଫ୍ୟାନ୍ସମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି |
ବଲିଉଡ ଅଭିନେତା ଟାଇଗର ଶ୍ରଫ ସବୀର ଖାନଙ୍କ ଫିଲ୍ମ ‘ହିରୋପନ୍ତି’ ରେ ପ୍ରଥମେ ନଜର ଆସିଥିଲେ ଯେଉଁଥିରେ ତାଙ୍କ ବିପକ୍ଷରେ ଥିଲେ ଅଭିନେତ୍ରୀ କ୍ରିତି ସାନନ | ବର୍ତ୍ତମାନ ଟାଇଗର ଶ୍ରଫ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ୯ ବର୍ଷ ସଫଳତାର ସହ ପୂରଣ କରିସାରିଥିବାରୁ ସେ ଜଣେ ଯୋଗ୍ୟ ହିରୋ ଭାବରେ ପରିଗଣିତ ହୋଇଛନ୍ତି | ଆଜି ତାଙ୍କ ବିଶେଷ ଦିନରେ ଜନସାଧାରଣ ଓ ପ୍ରଶଂସକମାନେ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି | ପ୍ରଥମେ ଟାଇଗରଙ୍କ ମା’ ଆୟେଶା ଶ୍ରଫ ଏବଂ ଭଉଣୀ କୃଷ୍ଣଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ | ପରେ ପରେ ତାଙ୍କ ପିତା ଶୁଭେଚ୍ଛା ଜଣାଇବା ସହ ପିଲାଦିନର ଫଟୋଚିତ୍ର ସେୟାର କରିଥିଲେ | କେବଳ ସେତିକି ନୁହେଁ ତାଙ୍କ କୋ -ଷ୍ଟାର ଅନନ୍ୟା ପାଣ୍ଡେ ତାଙ୍କ ପାଇଁ ଏକ ମଜାଳିଆ ପୋଷ୍ଟ ସେୟାର କରିଛନ୍ତି |
ଟାଇଗରଙ୍କ ୩୧ତମ ଜନ୍ମଦିନରେ, ଆୟେଶା ନିଜ ଇନଷ୍ଟାଗ୍ରାମରେ ଟାଇଗରର କିଛି ଫଟୋ ସେୟାର କରି ଲେଖିଥିଲେ, ” ଜନ୍ମଦିନରେ ଶୁଭେଚ୍ଛା | ଦୟାଳୁ ହୁଅ, ,ଭଦ୍ରୋଚିତ ବ୍ୟବହାର କର, ସବୁଠାରୁ ସକରାତ୍ମକ , ପରିଶ୍ରମୀ ଏବଂ ସରଳ ଭାବରେ ଜୀବନ ଯାପନ କର | ଭଗବାନ ତୁମକୁ ସର୍ବଦା ମୋର ପ୍ରିୟ ପୁତ୍ର ଭାବେ ଆଶୀର୍ବାଦ କରନ୍ତୁ |”
ଟାଇଗରଙ୍କ ଭାଇ କୃଷ୍ଣ ମଧ୍ୟଏକ ପିଲାଦିନର ଚିତ୍ର ସେୟାର କରି ଲେଖିଥିଲେ, “ମୋର ସର୍ବୋତ୍ତମ ବନ୍ଧୁଙ୍କୁ ଜନ୍ମଦିନର ଶୁଭେଚ୍ଛା | ତୁମ କାର୍ଯ୍ୟଧାରାକୁ ଆଗେଇ ନବାପାଇଁ ସବୁଦିନ ସ୍ୱପ୍ନ ଦେଖିବ |”
ଟାଇଗରଙ୍କ ବାପା ଜ୍ୟାକି ଶ୍ରଫ୍ , ସେ ଏକ ଫଟୋ ସେୟାର କରିଥିଲେ | ସେ ଫଟୋରେ ଟାଇଗରଙ୍କ ପିଲା ଦିନର ୨ଟି ଫଟୋ ରହିଛି | ପ୍ରଥମଟିରେ ଜ୍ୟାକି ଛୋଟ ଟାଇଗରର ଜୋତା ବାନ୍ଧୁଥିବାବେଳେ ଅନ୍ୟଟି ତାଙ୍କ ପୁଅକୁ ଆଲିଙ୍ଗନ କରୁଥିବାର ଦେଖାଯାଏ |
ଟାଇଗରଙ୍କ ଚର୍ଚିତ ଗର୍ଲଫ୍ରେଣ୍ଡ ଅଭିନେତ୍ରୀ ଦିଶା ପାଟାନିଙ୍କର ଆକର୍ଷଣୀୟ ଚିତ୍ର ସେୟାର କରି ଲେଖିଥିଲେ, “ସବୁଠୁ ଖୁସିର ଦିନ, ପ୍ରତିଦିନ ତୁମେ ଉଜ୍ଜ୍ୱଳ ତାରକାପରି ଚମକୁ ଥାଅ “‘ |
ଅଭିନେତ୍ରୀ ଅନନ୍ୟାଙ୍କ ନିଜ ଇନଷ୍ଟାଗ୍ରାମ ରେ ଏକ ଫଟୋ ପୋଷ୍ଟ କରିଥିଲେ ଯେଉଁଥିରେ ଉଭୟ କଳାକାର ମଞ୍ଚ ଉପରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା | ସେ ଲେଖିଛନ୍ତି, “ଶୁଭ ଦିନ! ମୁଁ ଚଳିତ ବର୍ଷ ମୋର ବ୍ୟସ୍ତବହୁଳ ନୃତ୍ୟ ସହିତ ଆପଣଙ୍କୁ ଭୟଭୀତ ନକରିବାକୁ ଚେଷ୍ଟା କରିବି |”
ରିତେଶ ଦେଶମୁଖ ଟାଇଗରଙ୍କ ସହ ଏକ ଚିତ୍ର ସେୟାର କରି ଲେଖିଛନ୍ତି, “ମୋ ଭାଇ ଟାଇଗରଜାକିଶ୍ରଫ, ତୁମକୁ ଜନ୍ମଦିନର ଶୁଭେଚ୍ଛା | କଠିନ ପରିଶ୍ରମୀ ଯୋଗୁ ତୁମେ ଅନ୍ୟ ଅଭିନେତାମାନଙ୍କ ମଧ୍ୟରୁ ଜଣେ, ଯାହା ସହିତ ମୁଁ କାମ କରି ବେଶ ଆନନ୍ଦିତ | ମୁଁ ତୁମକୁ ବହୁତ ପସନ୍ଦ କରେ |”
ସୂଚନା ଥାଉ କି, ଟାଇଗରଙ୍କୁ ଗତ ବର୍ଷ ଆରମ୍ଭରେ ‘ବାଗୀ’ରେ ଦେଖିବାକୁ ମିଳିଥିଲା | ପରବର୍ତ୍ତୀ ସମୟରେ, ସେ କ୍ରିତି ସାନନଙ୍କ ବିପକ୍ଷରେ ‘ଗଣପଥ -୧ ‘ ରେ ନଜର ଆସିବେ | ଆଗକୁ ଅନେକ ଫିଲ୍ମମଧ୍ୟରୁ ‘ବାଗୀ ୪ ‘ ଏବଂ ‘ହିରୋପନ୍ତି’-୨ ‘ ମୁକ୍ତିଲାଭ କରିବାକୁ ଯାଉଛି |