OdiaTrending

ଚର୍ଚ୍ଚାରେ ହାତୀ, ସୋସିଆଲ ମିଡିଆରେ ଭାଇରଲ ହେଉଛି ହାତୀର ହେୟାର ଷ୍ଟାଇଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ତାମିଲନାଡୁର ଏକ ହାତୀର ଫଟୋ। ଏହି ଫଟୋରେ ହାତୀର ହେୟାର ଷ୍ଟାଇଲ୍ ଦେଖିବାକୁ ମିଳୁଛି । ସେଙ୍ଗାମାଲମ୍ ମନ୍ନାର୍ଗୁଡି ସହରର ରାଜଗୋପାଲାସ୍ୱାମୀ ମନ୍ଦିରରେ ରହୁଥିବା ଏହି ହାତୀର କଟାଯାଇଥିବା କେଶ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ହାତୀର ଏହି ଫଟୋକୁ ଭାରତୀୟ ବନ ଅଧିକାରୀ ସୁଧା ରାମେନ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ସୁଧା ଲେଖିଛନ୍ତି ଯେ “ବବ୍ କଟ୍ ସେଙ୍ଗାମାଲମ୍ ହାତୀ”।

ଏହି ହାତୀକୁ ୨୦୦୩ ରେ କେରଳର ରାଜଗୋପାଲାସ୍ୱାମୀ ମନ୍ଦିରକୁ ଅଣାଯାଇଥିଲା। ଏହା ପରେ ହାତୀର ମାହୁନ୍ତ ଏସ୍ ରାଜାଗୋପାଲ୍ ତାଙ୍କର ଚମତ୍କାର ହେୟାର ଷ୍ଟାଇଲ୍ କରିଥିଲେ, ଯାହା ପରେ ଏହା ପ୍ରସିଦ୍ଧ ହୋଇଥିଲା । ଏହି ହାତୀକୁ ସ୍ୱତନ୍ତ୍ର ଭାବେ ରକ୍ଷଣାବେକ୍ଷଣ ଏବଂ ଯତ୍ନ ନେବାକୁ ପଡୁଛି ।

ସେୟାରର କିଛି ଘଣ୍ଟା ମଧ୍ୟରେ, ଏହି ଫଟୋରେ ୧୦ ହଜାରରୁ ଅଧିକ ଲାଇକ୍ ଏବଂ ଅନେକ ମନ୍ତବ୍ୟ ଆସିଛି । ଯେତେବେଳେ ସେମାନେ ସୋସିଆଲ ମିଡିଆରେ ହାତୀର ଲୁକ୍ ସେୟାର କରିଥିଲେ ସେତେବେଳେ ଲୋକମାନେ ନିଜ ନିଜର ମନ୍ତବ୍ୟ ଦେବା ଆରମ୍ଭ କରିଦେଇଥିଲେ । ସେଙ୍ଗମାଲାମଙ୍କ କେଶ ଗ୍ରୀଷ୍ମ ଦିନରେ ତିନିଥର ଏବଂ ଅନ୍ୟ ଋତୁ ମାନଙ୍କରେ ଥରେ ଧୁଆ ହୋଇଥାଏ । ଗ୍ରୀଷ୍ମ ମାସରେ ହାତୀକୁ ଥଣ୍ଡା ରଖିବା ପାଇଁ ମାହୁନ୍ତ ୪୫ ହଜାର ଟଙ୍କା ମୂଲ୍ୟ ଖର୍ଚ୍ଚ କରି ଏକ ସ୍ୱତନ୍ତ୍ର ସାୱାର ମଧ୍ୟ ଲଗେଇଛନ୍ତି ।

Tags

Related Articles

Back to top button
Close