ନୂଆଦିଲ୍ଲୀ: ସୁରକ୍ଷା କାରଣରୁ ଗୁଗୁଲ୍ ପ୍ଲେ ଷ୍ଟୋରରୁ ୨୫ ଟି ଆପ୍ କୁ ଡିଲିଟ୍ କରିଛି। ଏହି ଆପ୍ସ ବ୍ୟବହାରକାରୀଙ୍କ ଫେସବୁକ ତଥ୍ୟ ଚୋରି କରିଥିବା ଅଭିଯୋଗ ହୋଇଥିଲା। ଏନେଇ କମ୍ପାନୀକୁ ସୂଚନା ଦେଇଛି ଫ୍ରାନ୍ସର ସାଇବର ସିକ୍ୟୁରିଟି ଫାର୍ମ ଇଭିନା।
ଖବର ଅନୁଯାୟୀ, ଏହି ଆପଗୁଡ଼ିକ ମଧ୍ୟରୁ କେତେକ ଷ୍ଟେପ୍ କାଉଣ୍ଟର, ଇମେଜ୍ ଏଡିଟର୍, ଭିଡିଓ ଏଡିଟିଂ ଆପ୍, ୱାଲପେପର ଆପ୍, ଫ୍ଲାସ୍ ଲାଇଟ୍, ଫାଇଲ୍ ମ୍ୟାନେଜର୍ ଏବଂ ମୋବାଇଲ୍ ଗେମ୍ ସହିତ ଜଡିତ ଥିଲା, ଯାହା ଅପସାରିତ ହୋଇଛି।
ଗୁଗୁଲ ପ୍ଲେ ଷ୍ଟୋରରୁ ଅପସାରଣ କରିଥିବା ଆପଗୁଡିକ ହେଲା …
Super Wallpapers Flashlight
Padenatef
Wallpaper Level
Contour level wallpaper
Iplayer & iwallpaper
Video maker
Color Wallpapers
Pedometer
Powerful Flashlight
Super Bright Flashlight
Super Flashlight
Solitaire
Accurate scanning of QR code
Classic card game
Junk file cleaning
Synthetic Z
File Manager
Composite Z
Screenshot capture
Daily Horoscope Wallpapers
Wuxia Reader
Plus Weather
Anime Live Wallpaper
iHealth step counter
Com.tyapp.fiction
ଯଦି ଆପଣଙ୍କର ଫୋନରେ ଏହି ଆପ୍ସ ଅଛି, ତେବେ ତୁରନ୍ତ ସେଗୁଡ଼ିକୁ ଅପସାରିତ କରନ୍ତୁ । ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଏହି ଆପଗୁଡ଼ିକରେ ଏକ କୋଡ୍ ଥିଲା ଯାହା ବ୍ୟାକଗ୍ରାଉଣ୍ଡରେ କେଉଁ ଆପ୍ ଚାଲୁଥିଲା ତାହା ଅତି ସହଜରେ ଜାଣିପାରୁଥିଲେ । ଯଦି ପୃଷ୍ଠଭୂମିରେ ଫେସବୁକ ଚାଲୁରହିଛି , ତେବେ ଏହା ଫେସବୁକର ସମସ୍ତ ତଥ୍ୟ ନେଇ ନେବ । ସେଇ ଦୃଷ୍ଟିରୁ ଏ ସବୁ ଆପକୁ ଗୁଗୁଲ ପ୍ଲେ ଷ୍ଟୋରରୁ ଅପସାରଣ କରିଛି ।
Uncover the mysterious secrets of a lost phone ?, manipulate time ⏳, and explore a magical realm ✨with new games on Google Play Pass, including a #PlayPass premiere! https://t.co/H6GOFiFkjg@NormalLostPhone by @accidentalG
Causality by @LojuGames#TheAlmostGone by @hvgames pic.twitter.com/39mqae5xWY— Google Play (@GooglePlay) July 6, 2020