Trending

ରିଲ ନୁହେଁ ରିୟଲ ହିରୋର ପରିଚୟ ଦେଲେ ଅକ୍ଷୟ କୁମାର,ଶ୍ରମିକଙ୍କ ଆକାଉଣ୍ଟକୁ ପଠାଇଲେ ଏତେ ଟଙ୍କା





ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ନିଜର ଉଦାରତା ମନୋଭାବ ପାଇଁ  ସଦା ସର୍ବଦା ଲୋକଙ୍କ ହୃଦୟ ଜିତି ଆସିଛନ୍ତି । ଯଦି ଦେଶରେ କୌଣସି ଅସୁବିଧା ଆସେ , ତେବେ ଅକ୍ଷୟ କୁମାର ହେଉଛନ୍ତି ଜଣେ ଏଭଳି ଅଭିନେତା ଯିଏ କି ସାମ୍ନାକୁ ଆସନ୍ତି ଏବଂ ଲୋକଙ୍କୁ ସାହାଯ୍ୟ କରନ୍ତି ।

ନିକଟରେ କରୋନାଭାଇରସ୍ ଦ୍ୱାରା ଦେଶରେ ତାଲା ପଡିଯିବା ପରେ ସେ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୫ କୋଟି ଟଙ୍କା ଦାନ କରିଥିଲେ। ହେଲେ ଏବେ ସେ ଶ୍ରମିକଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରି ନିଜକୁ ପ୍ରକୃତ ହିରୋ ବୋଲି ପ୍ରମାଣ ଦେବା ସହ ଲୋକଙ୍କ ହୃଦୟ ମଧ୍ୟ ଜିତିଛନ୍ତି ଅକ୍ଷୟ କୁମାର ।

ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ଅକ୍ଷୟ କୁମାର ସିନେ ଏବଂ ଟିଭି ଆର୍ଟିଷ୍ଟ ଆସୋସିଏସନ (ସିଣ୍ଟା) କୁ ୪୫ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି। ସିଣ୍ଟାର ବରିଷ୍ଠ ଯୁଗ୍ମ ସଚିବ ଅମିତ ବହଲ ଏନେଇ ସୂଚନା ଦେଇଛନ୍ତି । ଅମିତ କହିଛନ୍ତି ଯେ ଅକ୍ଷୟ କୁମାର ବିନା ବିଳମ୍ବରେ ଶ୍ରମିକଙ୍କ ତାଲିକା ମାଗିଥିଲେ। ଏହା ପରେ ସେ ୧୫୦୦ ଶ୍ରମିକଙ୍କୁ ସାହାଯ୍ୟ କରିଛନ୍ତି ।

ଅକ୍ଷୟ ଏବଂ ନିର୍ମାତା ସାଜିଦ ନାଦିଆଡୱାଲା ପ୍ରତ୍ୟେକ ସଦସ୍ୟଙ୍କ ଆକାଉଣ୍ଟରେ ୩  ହଜାର ଟଙ୍କା ପୈଠ କରିଛନ୍ତି । ତେବେ ଏଭଳି  କଠିନ ସମୟରେ ଆମକୁ ସାହାଯ୍ୟ କରିଥିବାରୁ ଅକ୍ଷୟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ସିଣ୍ଟାର ବରିଷ୍ଠ ଯୁଗ୍ମ ସଚିବ ଅମିତ ବହଲ ।


Tags

Related Articles

Back to top button
Close