ମୁମ୍ବାଇ: ଟିକ୍ ଟକ୍ ପ୍ରଶଂସକଙ୍କ ପାଇଁ ଖରାପ ଖବର । ୧୬ ବର୍ଷ ବୟସ୍କ ଟିକ୍ ଟକ୍ ତାରକା ସିୟା କକ୍କର ଆତ୍ମହତ୍ୟା କରିଛନ୍ତି। ତେବେ ସେ କାହିଁକି ଆତ୍ମହତ୍ୟା କଲେ ସେନେଇ ସ୍ପଷ୍ଟ ସୂଚନା ଏଯାବ ମିଳିପାରିନାହିଁ ।
ସୋସିଆଲ ମିଡିଆରେ ସିଆଙ୍କ ପ୍ରଶଂସକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସିଆଙ୍କ ଆତ୍ମହତ୍ୟା ଖବରକୁ ତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି ।
ସେ ଆତ୍ମହତ୍ୟା କରିବାର ପୂର୍ବ ରାତିରେ ସିଆ ଏକ ଗୀତ ସଂପର୍କରେ ତାଙ୍କ ମ୍ୟାନେଜର ଅର୍ଜୁନ ସରିନଙ୍କ ସହ କଥା ହୋଇଥିଲେ। ଅର୍ଜୁନ କହିଛନ୍ତି ଯେ କଥାବାର୍ତ୍ତା ବେଳେ ସିୟା ଭଲ ଥିଲେ ଏବଂ ସେ ବିବ୍ରତ ନଥିଲେ। ତେବେ ସେ ଏପରି କରିବାର ପଛର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।
@siya_kakkar ??? #emiway_bantaiii #tiktokindia #foryou #fyp #viral #trending @tiktok_india