Trending

ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଆକୁଳ ନିବେଦନ କଲେ ଅଭିନେତା, କହିଲେ ମୁଁ ବଞ୍ଚିବାକୁ ଚାହେଁ





ନୂଆଦିଲ୍ଲୀ: ଲକ ଡାଉନ ଯୋଗୁଁ ଦେଶର ମଧ୍ୟବିତ୍ତ ଏବଂ ଉଚ୍ଚ ମଧ୍ୟବିତ୍ତ ଲୋକମାନେ ଘରେ ରହି କାମ କରୁଛନ୍ତି । ନିମ୍ନ ମଧ୍ୟବିତ୍ତ ତଥା ଦିନ ମଜୁରିଆ ଶ୍ରମିକଙ୍କ ପାଇଁ ଅନେକ ସମସ୍ୟା ଦେଖାଦେଇଛି । ଆଉ କାମ ନ ପାଇ ଅନେକ ଶ୍ରମିକମାନେ ସହରରୁ ନିଜ ନିଜ ଘରକୁ ଫେରି ଆସୁଛନ୍ତି । ମନୋରଞ୍ଜନ କ୍ଷେତ୍ରରେ ମଧ୍ୟ ଅନେକ କଳାକାର ଏବେବି ସଂଘର୍ଷ କରୁଛନ୍ତି ।

ଟିଭି ଧାରାବାହିକ ବେଗୁସରାଇରେ ଶିବାଙ୍ଗୀ ଯୋଶୀଙ୍କ ପିତା ଭୂମିକାରେ ଅଭିନୟ କରୁଥିବା ଅଭିନେତା ରାଜେଶ ଧରସ୍ ଲକ ଡାଉନ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜେଶ ଏକ ଭାବପ୍ରବଣ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଆର୍ଥିକ ସହାୟତା ପାଇଁ ଲୋକଙ୍କ ନିକଟରେ ନିବେଦନ କରୁଛନ୍ତି। ଲକଡାଉନ୍ ହେତୁ ସେମାନଙ୍କ ସୋ’ର ସୁଟିଂ ବନ୍ଦ ହୋଇଯାଇଥିଲା ଏବଂ ଦୁଇ ମାସରୁ ଅଧିକ ଲକ ଡାଉନ ପରେ ସେମାନଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଥିଲା। ଲୋକଙ୍କୁ ସେ ୩୦୦ -୪୦୦  ଟଙ୍କା ଦାନ କରିବାକୁ ନିବେଦନ କରିଛନ୍ତି । ଯାହା ଦ୍ୱାରା ସେ ପଞ୍ଜାବରେ ଥିବା ନିଜ ଘରକୁ ଯାଇ କିଛି କାମ ପାଇପାରିବେ।

ସେ ଭିଡିଓରେ କହିଛନ୍ତି ଯେ , ମୁଁ ନିଜକୁ ଲଜ୍ଜିତ ମନେ କରୁଛି ହେଲେ ମୋ ପାଖରେ ଆଉ କୌଣସି ଉପାୟ ନାହିଁ । ମୁଁ କେବଳ ଆପଣଙ୍କ ନିକଟରେ ଏତିକି  ଅନୁରୋଧ କରିବାକୁ ଚାହୁଁଛି ଯେ ମୋତେ ସାହାଯ୍ୟ କରନ୍ତୁ । ଆମର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଏଭଳି ସ୍ଥିତିରେ ମୁଁ  କିଛି ବୁଝି ପାରୁନାହିଁ, ମୁଁ ବଞ୍ଚିବାକୁ ଚାହୁଁଛି ଏହି ଭିଡିଓ ପୋଷ୍ଟ ସହିତ ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଏବଂ ଫୋନ୍ ନମ୍ବର ମଧ୍ୟ ସେୟାର କରିଛନ୍ତି।

ତେବେ ୨୦୧୫  ରୁ ୨୦୧୬  ମଧ୍ୟରେ ଟିଭି ସିରିଏଲ୍ ବେଗୁସରାଇ ପ୍ରସାରିତ ହୋଇଥିଲା । ଏହି ଶୋ’ରେ ଶ୍ୱେତା ତିୱାରୀ ଏବଂ ବିଶାଲ ଆଦିତ୍ୟ ସିଂଙ୍କ ଭଳି ତାରକା ମଧ୍ୟ ନଜର ଆସିଥିଲେ।


Tags

Related Articles

Back to top button
Close