ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ଉର୍ବଶୀ, ଦେଖିପାରିଲେନି ଦୁଃଖ ଦାନ କରିଦେଲେ ୫ କୋଟି

ମୁମ୍ବାଇ: ଅଭିନେତ୍ରୀ ଉର୍ବଶୀ ରାଉତେଲା ପାଞ୍ଚ କୋଟି ଟଙ୍କା ପିଏମ କେୟାର ଫଣ୍ଡକୁ ଦାନ କରିଛନ୍ତି । ଉର୍ବଶୀ କହିଛନ୍ତି ଯେ ଏହି ସମୟରେ ଆମକୁ ଏକଜୁଟ ହେବା ଆବଶ୍ୟକ ରହିଛି । ଆମେ ଯଦି ଆମ ରୋଜଗାରର କିଛି ଅର୍ଥ ସରକାରଙ୍କୁ ଦାନ କରିବା ତାହେଲେ କିଛି ଅସହାୟ ଲୋକ ନିଶ୍ଚିତ ସାହାଯ୍ୟ ପାଇବେ I ଉର୍ବଶୀ ଏକ ଭର୍ଚୁଆଲ୍ ଡ୍ୟାନ୍ସ ମାଷ୍ଟର କ୍ଲାସ୍ କରିଥିଲେ I ମୋଟାପଣରେ ପୀଡିତ ଲୋକଙ୍କୁ ବିଭିନ୍ନ ପ୍ରକାରର ନୃତ୍ୟର ମାଗଣା ଶିଖାଉ ଥିଲେ I

https://www.instagram.com/p/CBnLXjrB3pw/

TiKTok ରେ ଡ୍ୟାନ୍ସ ମାଷ୍ଟରକ୍ଲାସ୍ ଆୟୋଜିତ ହୋଇଥିଲା ଯାହାକୁ ୧୮ ମିଲିୟନ୍ ଲୋକ ଦେଖିଥିଲେ ଏବଂ ପ୍ରଶଂସା ମଧ୍ୟ କରିଥିଲେ I ଏହି ଡ୍ୟାନ୍ସ ରୁ ଉର୍ବଶୀ ପାଞ୍ଚ କୋଟି ଟଙ୍କା ରୋଜଗାର କରିଥିଲେ ଯାହା କରୋନା ମହାମାରୀ ବିରୋଧରେ ଚାଲିଥିବା ସଂଗ୍ରାମରେ ସେ ସରକାରଙ୍କୁ ଦାନ କରିଥିଲେ। ମିଳିତ ଭାବେ ଆମେ ଏହି ମହାମାରୀକୁ ପରାସ୍ତ କରିପାରିବା I ଉର୍ବଶୀଙ୍କ ବ୍ୟତୀତ ଅକ୍ଷୟ କୁମାର, ଶାହରୁଖ ଖାନ, ସୋନୁ ସୁଦ, ସନ୍ନି ଦେଓଲ, ବରୁଣ ଧାୱନ, ସଲମାନ ଖାନ, ପ୍ରିୟଙ୍କା ଚୋପ୍ରା, କରୀନା କପୁର ଖାନ, ବିକି କୌଶଲଙ୍କ ସମେତ ବଲିଉଡରୁ ଅନେକ ଲୋକ ଦାନ କରିଛନ୍ତି। କିଛି ତାରକା ଗୁପ୍ତରେ ଦାନ ମଧ୍ୟ କରିଛନ୍ତି I

https://www.instagram.com/p/CBX5JyBB3S3/

ଏହି ମାନଙ୍କର କିଛି କିଛି ଅର୍ଥ ସାରା ଦେଶରେ ଥିବା ଅସହାୟ ଲୋକଙ୍କୁ ସାହାଯ୍ୟ କରିବ l ତାହା ହେଉଛି ଏକ ଗୁରୁତ୍ୱପୁର୍ଣ କଥା l ଆସନ୍ତୁ ଆମେ ସମସ୍ତେ ଏକ ହେବା l ସରକାରଙ୍କୁ ନିଜ ରୋଜଗାରର ଅର୍ଥ ପ୍ରଦାନ କରିବା l ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇବା ବୋଲି ଉର୍ବଶୀ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି l