OdiaTrending

ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ହ୍ୟାଣ୍ଡରାଇଟିଙ୍ଗ ବ୍ୟୁରୋକୁ ଗଲା ଡାଏରୀ, ହସ୍ତାକ୍ଷରର ହେବ ଯାଂଚ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଭିନ୍ନ ମୋଡ ନେଉଛି । ପୋଲିସ ହାତରେ ଲାଗିଥିବା ଆଦିତ୍ୟ ହାତଲେଖା ଡାଏରୀ ଏବେ ହ୍ୟାଣ୍ଡରାଇଟିଙ୍ଗ ବ୍ୟୁରୋକୁ ପଠା ଯାଇଛି । ୭ ଜଣିଆ ଟିମ୍‌ ଆଦିତ୍ୟଙ୍କ ଏହି ଡାଏରୀକୁ ଯାଞ୍ଚ କରିବେ ବୋଲି ଜଣାପଡିଛି ।

ତେବେ ସମାଜସେବୀ ତଥା ପିପୁଲ ଫର ସେବାର ପ୍ରତିଷ୍ଠାତା ଆଦିତ୍ୟ ଦାଶଙ୍କ ସୁସାଇଡ୍ ନୋଟ ପୋଲିସ ହାତରେ ଲାଗିଥିଲା । ଏହି ନୋଟରେ ଆଦିତ୍ୟ ଲେଖିଥିଲେ ଯେ , ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି। ହେଲେ ଡାଏରୀରେ ଯାହା ସବୁ ଲେଖା ଯାଇଛି ତାହା ଅଦିତ୍ୟଙ୍କର ହସ୍ତାକ୍ଷର ନୁହେଁ ବୋଲି ଅଭିଯୋଗ ହେଉଛି ।

ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଯାଇ ଏସବୁ କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଏବେ ଦ୍ବନ୍ଦରେ ପଡିଯାଇଛି ପୋଲିସ । ତେବେ ହ୍ୟାଣ୍ଡରାଇଟିଙ୍ଗ ଯାଞ୍ଚ ରିପୋର୍ଟ ଆସିଲା ପରେ ହିଁ ଜଣାପଡିବ ପ୍ରକୃତରେ ସେ ଡାଏରୀ ଲେଖିଥିଲା କିଏ ? ଆଦିତ୍ୟ ନା ଆଉ କିଏ ?

Tags

Related Articles

Back to top button
Close