Trending

ଲକଡାଉନ ମଧ୍ୟରେ ମୁମ୍ବାଇରେ ଆରମ୍ଭ ହେଲା ସୁଟିଂ, ଅକ୍ଷୟ କୁମାର ଖୋଲିଲେ ଖାତା





ମୁମ୍ବାଇ: କରୋନା ସହିତ ଲଢ଼ି କିଭଳି ଆଗକୁ ବଢିବା ସେନେଇ ପ୍ରୟାସ ଜାରିରଖିଛନ୍ତି ସରକାର । ଲୋକଙ୍କ ଜୀବନ ଶୈଳୀକୁ କିଭଳି ସ୍ୱାଭାବିକ କରିହେବ ସେଥିପାଇଁ ଧୀରେ ଧୀରେ ଲକ ଡାଉନ ନିୟମକୁ କୋହଳ କରାଯାଉଛି । ଏସବୁ ଭିତରେ  ରେଳ ଏବଂ ବିମାନ ସେବା ଆରମ୍ଭ ହୋଇଛି, ସିନେମା ଜଗତ ମଧ୍ୟ ଟ୍ରାକକୁ ଫେରୁଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ସପ୍ତାହ ପାଇଁ ମୁମ୍ବାଇରେ ସୁଟିଂ ଆରମ୍ଭ କରିବାକୁ ଯୋଜନା କରିଛନ୍ତି । ଅଭିନେତା ଅକ୍ଷୟ କୁମାର ମଧ୍ୟ  ସୁଟିଂ ଆରମ୍ଭ କରି ଦେଇଛନ୍ତି।  ଏଥିପାଇଁ  ସ୍ଥାନୀୟ ପ୍ରଶାସନ ନିର୍ମାଣକାରୀଙ୍କୁ ଅନୁମତି ପ୍ରଦାନ କରିଛନ୍ତି ।

ଅଭିନେତା ଅକ୍ଷୟ କୁମାର ଦୁଇମାସ ଧରି ଅଟକି ରହିଥିବା ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରିଛନ୍ତି । ସେ ପ୍ରସିଦ୍ଧ ନିର୍ଦ୍ଦେଶକ ଆର ବାଲ୍ମୀକ  ଏବଂ କିଛି କ୍ରୁ ସଦସ୍ୟଙ୍କୁ ନେଇ ଏକ ବିଜ୍ଞାପନର ଶୁଟ୍ କରିଛନ୍ତି । ଯେଉଁ  ବିଜ୍ଞାପନଟି ଭାରତୀୟମାନଙ୍କୁ କରୋନା ବିଷୟରେ ଅବଗତ କରାଇବାକୁ ଲକ୍ଷ୍ୟ ରଖିଛି। ଅନେଇ ସେ ଭାରତ ସରକାରଙ୍କ ଠାରୁ ଅନୁମତି ନେଇଥିଲେ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସତର୍କତାର ମଧ୍ୟ ଯତ୍ନ ନେଇଛନ୍ତି।

ଅଭିନେତା ଅକ୍ଷୟ କୁମାର ହିନ୍ଦୀ ସିନେମାର କିଛି ତାରକାଙ୍କ ମଧ୍ୟରୁ ଜଣେ, ଯିଏକି କରୋନା ସମୟରେ ସ୍ୱାସ୍ଥ୍ୟ କର୍ମୀ ଏବଂ ଭାରତୀୟମାନଙ୍କୁ ନିରନ୍ତର ଉତ୍ସାହିତ କରିଆସୁଛନ୍ତି। ତାଙ୍କର ଏହି ନୂତନ ବିଜ୍ଞାପନ କରୋନା ଜୀବାଣୁ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାରଙ୍କ ଅଭିଯାନର ଏକ ଅଂଶ। 

୨୦୧୮ ମସିହାରେ ଅକ୍ଷୟ କୁମାରଙ୍କ ସୁପରହିଟ୍ ଫିଲ୍ମ ‘ପ୍ୟାଡମ୍ୟାନ୍’ ର ନିର୍ଦ୍ଦେଶନା ଦେଇଥିଲେ ଆର ବାଲ୍ମୀକ । ଏହା ସହ  ଗତ ବର୍ଷ ଆସିଥିବା ଅକ୍ଷୟ କୁମାରଙ୍କ ‘ମିଶନ ମଙ୍ଗଲ’ର କାହାଣୀ ମଧ୍ୟ ଆର ବାଲ୍ମୀକ ଲେଖିଛନ୍ତି। ଶୁଟିଂରେ ଥିବା ସମସ୍ତ ସଦସ୍ୟ ସାନିଟାଇଜେସନ୍ ଟନେଲ ଦେଇ ଯାଇଥିଲେ। ତା’ପରେ ସେମାନଙ୍କୁ ମୁହଁରେ ଲଗାଇବା ପାଇଁ ମାସ୍କ ଏବଂ ହାତରେ ପିନ୍ଧିବା ପାଇଁ ଗ୍ଲୋଭସ୍ ଦିଆଯାଇଥିଲା | ତାଙ୍କ ଶରୀରର ତାପମାତ୍ରା ମଧ୍ୟ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଇଥିଲା। ବିଏମସିରୁ ଅନୁମତି ପାଇବା ପରେ ଯାଇ ବିଜ୍ଞାପନଟି ସୁଟିଂ କରାଯାଇଥିଲା।


Tags

Related Articles

Back to top button
Close