ଆମାଜନ ପ୍ରାଇମ ସହ 55 କୋଟି ଟଙ୍କାରେ ଡ଼ିଲ KGF Chapter 2

 

ଯଦି ଅନଲାଇନ୍ ଚଳଚ୍ଚିତ୍ର ପ୍ଲାଟଫର୍ମ ଜଏଣ୍ଟ ଆମାଜନ ପ୍ରାଇମ ଏବଂ କେଜିଏଫ ନିର୍ମାତାମାନଙ୍କ ମଧ୍ୟରେ କଥାବାର୍ତ୍ତା ସଫଳ ହୁଏ, ତେବେ KGF Chapter 2 ର ପ୍ରସାରଣ ଅଧିକାର ବହୁ-ଭାଷାରେ ରିଲିଜ୍ ପାଇଁ 55 କୋଟି ଟଙ୍କାରେ ବିକ୍ରି ହେବ |

2018 ରେ ରିଲିଜ ହେଇଥିବା ଚଳଚ୍ଚିତ୍ର KGF Chapter 1 ସର୍ବାଧିକ ଆୟ କରିଥିଲା, ଯାହା ଗତ 80 ବର୍ଷ ମଧ୍ୟରେ ଏହା ହେଉଛି ଏକମାତ୍ର କନ୍ନଡ ଚଳଚ୍ଚିତ୍ର ଯାହାକି ଅନେକ ଭାଷାରେ ମୁକ୍ତିଲାଭ କ୍ଷେତ୍ରରେ ଜାତୀୟ ପ୍ରଭାବ ପକାଇଥିଲା | ଏହି ଫିଲ୍ମର ପ୍ରସାରଣ ପରେ ଟିଭି ଚ୍ୟାନେଲ ଏବଂ ଅନଲାଇନ୍ ପ୍ଲାଟଫର୍ମ ମଧ୍ୟରେ ତାର ଚାହିଦା ବଢ଼ିଯାଇଥିଲା |

KGF Chapter 1 ପରି, Chapter  2 ମଧ୍ୟ ଅନେକ ଆଶା ଆକାଂକ୍ଷା ନେଇ ଆସିଛି ସିନେ ପ୍ରେମୀ ମାନଙ୍କ ପାଇଁ ଏବଂ   କନ୍ନଡ, ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ ହିନ୍ଦୀ ପ୍ରଭୃତି ଡିଜିଟାଲ୍ ଦୁନିଆରେ  ମୁକ୍ତିଲାଭ କରି ଦର୍ଶକଙ୍କୁ ଆକର୍ଷିତ କରିବାକୁ ଆଶା ରଖିଛନ୍ତି  |

ସଞ୍ଜୟ ଦତ୍ତ ଏବଂ ରବିନା ଟଣ୍ଡନଙ୍କ ପରି ବଲିଉଡ ଅଭିନେତାମାନଙ୍କୁ ଦର୍ଶକ ଦେଖିବାକୁ ପାଇବେ ଫିଲ୍ମ  KGF Chapter 2 ରେ | ସଞ୍ଜୟ ଦତ୍ତ  ମୁଖ୍ୟ ଖଳନାୟକ ଅଧିରା  ଡନ୍ ଭାବେ ଦେଖାଦେବେ  | ସେହିଭଳି ରବିନା ଟଣ୍ଡନ ରମିକା ସେନ୍ ଭୂମିକାରେ ଅଭିନୟ କରିଛନ୍ତି | ଏହି ଚଳଚ୍ଚିତ୍ରରେ ରକି ଭୋଇ ୟଶଙ୍କ ମୃତ୍ୟୁ ୱାରେଣ୍ଟରେ ଦସ୍ତଖତ କରିବାକୁ  ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଚରିତ୍ରରେ ଅଭିନୟ କରିବେ |

KGF Chapter 2,ଚଳଚ୍ଚିତ୍ରଟି ୨୦୧୯  ଡିସେମ୍ବର ରେ ରିଲିଜ ହେବାର ଯୋଜନା ରହିଥିଲା | କିନ୍ତୁ ପରେ ତାହା ୨୦୨୦ ଜୁଲାଇ କୁ ଘୁଞ୍ଚାଇ ଦିଆଗଲା | ତଥାପି ବି  ସିନେ ପ୍ରେମୀ ମାନଙ୍କ ମଧ୍ୟରେ ଉତ୍କଣ୍ଠା କମି ନ ଥିଲା | ଏବେ  କରୋନା ପାଇଁ ପୁଣି ଥରେ ଫିଲ୍ମ ରିଲିଜ ତାରିଖକୁ ଅକ୍ଟୋବର ୨୩ କୁ ଘୁଂଚାଇ ଦିଆଗଲା | ଧୀରେ ଧୀରେ ଲୋକମାନଙ୍କ ମନରୁ ଆଶା  ମଉଳିବା ପାଇଁ ବସିଲାଣି | ସିନେ ପ୍ରେମୀ ମାନଙ୍କ ମଧ୍ୟରେ ଏବେ ଗୋଟିଏ ପ୍ରଶ୍ନ କେବେ ରିଲିଜ ହେବ  KGF Chapter 2 !