OdiaTrending

କରୋନା କାଳରେ ଖୁସି ଆଣିଦେଲା ଏହି ବ୍ୟାଙ୍କ, ୮ ପ୍ରତିଶତ ବୃଦ୍ଧି କଲା କର୍ମଚାରୀଙ୍କ ଦରମା

ନୂଆଦିଲ୍ଲୀ: ଅଧିକାଂଶ କମ୍ପାନୀ କରୋନା ଅବଧିରେ ସେମାନଙ୍କ କର୍ମଚାରୀଙ୍କ ଦରମା ହ୍ରାସ କରିଥିବାବେଳେ ଆଇସିଆଇସିଆଇ ଏହାର କର୍ମଚାରୀଙ୍କ ଦରମାକୁ ୮ % ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । COVID-19 ସମୟରେ ବ୍ୟାଙ୍କ ମାନଙ୍କରେ କରାଯାଇଥିବା କାର୍ଯ୍ୟ ପାଇଁ ୮ % ପର୍ଯ୍ୟନ୍ତ ଦରମା ବୃଦ୍ଧି ସହିତ ୮୦ ହଜାର କର୍ମଚାରୀଙ୍କୁ ପୁରସ୍କୃତ କରିବାକୁ ଆଇସିଆଇସିଆଇ ବ୍ୟାଙ୍କ ସ୍ଥିର କରିଥିବା ସୂଚନା ମିଳିଛି ।

ଏହି କର୍ମଚାରୀମାନେ ବ୍ୟାଙ୍କରେ ଥିବା ସମସ୍ତ କାର୍ଯ୍ୟର ୮୦ ପ୍ରତିଶତରୁ ଅଧିକ ବହନ କରନ୍ତି ଏବଂ COVID-19 ମହାମାରୀ ସମୟରେ ଦିଆଯାଇଥିବା ସେବାକୁ ସ୍ୱୀକୃତି ଦେଇ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଖବର ମିଳିଛି ।

୨୦୨୦ -୨୧ ଆର୍ଥିକ ବର୍ଷରେ ୮ ପ୍ରତିଶତ ବୃଦ୍ଧି ଦରମା ଦିଆଯିବ ଏବଂ ଏହା ଜୁଲାଇ ମାସ ଠାରୁ କାର୍ଯ୍ୟ କାରି ହେବ ବୋଲି ସୂଚନା ମିଳୁଛି । ଦେଶର ଦ୍ୱିତୀୟ ବୃହତ୍ତମ ବେସରକାରୀ ଋଣ ପ୍ରଦାନକାରୀ ବ୍ୟାଙ୍କ ଆଇସିଆଇସିଆଇ ଏହାର ୮୦ ହଜାର ରୁ ଅଧିକ କର୍ମଚାରୀଙ୍କୁ ୮ % ପର୍ଯ୍ୟନ୍ତ ବେତନ ବୃଦ୍ଧି ସହିତ ପୁରସ୍କୃତ କରିବାକୁ ନିଷ୍ପତ୍ତି ନେଇଛି ବୋଲି ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

COVID-19 ମହାମାରୀରେ ଅର୍ଥନୈତିକ ପ୍ରଭାବ ହେତୁ ଖର୍ଚ୍ଚ ହ୍ରାସ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି, ଯାହା ମାର୍ଚ୍ଚ ଶେଷ ଭାଗରୁ ସାରା ଦେଶରେ ତାଲା ପକାଇ ଦେଇଛି ଏବଂ ଅର୍ଥନୈତିକ କାର୍ଯ୍ୟକଳାପକୁ ବ୍ୟାହତ କରିଛି । ଆଉ ଏସବୁ ଭିତରେ ବ୍ୟାଙ୍କର ଏଭଳି ନିଷ୍ପତ୍ତି କର୍ମଚାରୀଙ୍କ ପାଇଁ ଏକ ପ୍ରକାର ଖୁସି ଆଣିଦେଇଛି ।

Tags

Related Articles

Back to top button
Close