ଭାତ ହାଣ୍ଡି ପାଲଟି ଥିଲା ବସ ଷ୍ଟାଂଡ। ରେଲୱେ ଷ୍ଟେସନ ମନ୍ଦିର ବେଡା ଏବଂ ଗାଁ । ରାତି ପାହିଲେ ଏମାନଙ୍କ ଭିଡ ଦେଖିବାକୁ ମିଳେ । ଏହି ସବୁ ଜାଗାରେ ଗୁଡିକୁ ଫାଙ୍କା କରିଦେଇଛି ମହାମାରୀ ରୂପ ନେଇଥିବା କୋରନା ।
ଟ୍ରେନ ଅଛି ହେଲେ ସେଠାରେ ନାହାନ୍ତି ଯାତ୍ରୀ କି ଯାତ୍ରୀଙ୍କ ହାତକୁ ଅନାଇ ବସିଥିବା ଅସହାୟ ଲୋକ । ମନ୍ଦିର ଅଛି ହେଲେ ରାତି ପାହିଲେ ଯିଏ ମନ୍ଦିର ଆଗରେ ଧାଡ଼ି ମାରି ବସିଥିବା ଅସହାୟ ଭିକାରି ମାନେ ନାହାଁନ୍ତି ସେଠାରେ । ଆଉ ଗାଁ ବୁଲା ଭିକାରି ମାନଙ୍କୁ ଗାଁ କୁ ପସେଇ ଦଉ ନାହାନ୍ତି ଲୋକେ । ତାହେଲେ ଏମାନେ ରହିବେ କଉଠି ଖାଇବେ କଣ । ଏମାନେ ବି ପୂର୍ଣ୍ଣ ମାତ୍ରାରେ ମାନୁଛନ୍ତି ସରକାରଙ୍କ ନିୟମକୁ ।
ସରକାର ହୁଅନ୍ତୁ କି ସମାଜସେବୀ ଏବଂ ସାଧାରଣ ଲୋକ ଦେଉ ଥିବା ଖାଇବା କଣ ଏମାନଂକୁ ସମ୍ପୂର୍ଣ ମାତ୍ରାରେ ସାହାଯ୍ୟ ହେଇପାରୁଥିବ ତା ଭିତରୁ କେତେ ଅସହାୟ ବାଦ ପଡ଼ୁଥିବେ । ଏମାନେ କଣ କରୁଥିବେ ଲକ ଡାଉନ ସମୟରେ । ଖାଲି ଏହି ଅସହାୟ ଲୋକ ନୁହନ୍ତି ଅସହାୟ ଜୀବଜନ୍ତୁ ମଧ୍ୟ ବାଦ ପଡ଼ିନାହାନ୍ତି କରୋନା କୋପରୁ କିଏ କେତେ ଦିନ ଏମାନଂକୁ ଖାଇବାକୁ ଦେବ ଏମାନଂକୁ ଏବେ ଭଗବାନ ସାହା ।
ସୁନସାନ ସଡ଼କରେ ଖାଦ୍ୟ ପାଇଁ ଘୁରି ବୁଲୁଛନ୍ତି ଏମାନେ । ହେଲେ ହେବ କଣ ଲକ ଡାଉନ ସମୟରେ କେହି ଭରୁନାହାନ୍ତି ଘରୁ କେତେ ଲୋକ ମଧ୍ୟ ନିଜର ବଦାନ୍ୟତା ଦେଖାଇ ଆଗେଇ ଆସିଛନ୍ତି ଏମାନଙ୍କ ପାଇଁ । କିଏ ଖାଇବାକୁ କଦଳୀ ଦେଉଚିତ ଆଉ କିଏ ବିସ୍କୁଟ ଆଉ ଖୋଦ ରାଜଧାନୀ ଭୁବନେଶ୍ୱେର ରେ ଦେଖିବାକୁ ମିଳିଛି ପୋଲିସ ବାବୁଙ୍କର ବଦାନ୍ୟତା ।
ଗରିବ ଲୋକମାନଂକୁ ଖାଇବା ପ୍ୟାକେଟ ବାଣ୍ଟିବାର ଦୃଶ୍ୟ । କୋରନାରେ ଲୋକଙ୍କ ସୁରକ୍ଷାରେ ସବୁବେଳେ ଜାଗ୍ରତ ଥିବାବେଳେ ଗରିବ ଲୋକଙ୍କ କଥା ଚିନ୍ତା କରୁଛନ୍ତି କମିସନରେଟ ପୋଲିସ ।