ଭୁବନେଶ୍ୱର: ମେ ୧୨ ତାରିଖ ଦିନ ସିଲ୍ ହୋଇଥିଲା ଭୁବନେଶ୍ୱର ବାପୁଜୀନଗର ମାର୍କେଟ । ଅନିର୍ଦ୍ଧିଷ୍ଟ କାଳ ପାଇଁ ମାର୍କେଟକୁ ସିଲ୍ କରିଥିଲା ବିଏମସି। । ମାର୍କେଟରେ କେବଳ ଅତ୍ୟାବଶ୍ୟକୟ ସାମଗ୍ରୀ ଛାଡି ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ ବୋଲ ବିଏମସି ତରଫରୁ ସୂଚନା ଦିଆଯାଇଥିଲେ ମଧ୍ୟ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରିଥିବା ଯୋଗୁଁ ମାର୍କେଟକୁ ବନ୍ଦ କରିଥିଲା ବିଏମସି ।
ରାଜ୍ୟ ସରକାର ଭୁବନେଶ୍ୱର ରେଡ଼ ଜୋନରେ ଥିବା ସତ୍ୱେ କିଛି ଦୋକାନ ଖୋଲିବାକୁ ନିର୍ଦେଶ ଦେଇଥିଲେ। ହେଲେ ଦୋକାନଗୁଡିକ ଵାପୁଜିନଗର ସାରା ଛତୁ ଫୁଟିଲା ଭଳି ଖୋଲିଥିଲା। ଏପରିକି ଲୋକେ ସାମାଜିକ ଦୁରତ୍ୱକୁ ଫୁ କରିଦେଇଥିଲେ। ବିଏମସି ପକ୍ଷରୁ ବାରମ୍ବାର ତାଗିଦ କରିବା ସତ୍ୱେ ଦୋକାନୀ ମାଲିକମାନେ କିଛି ଶୁଣି ନଥିଲେ।
ଯେଉଁଥିପାଇଁ ବାଧ୍ୟ ହୋଇ ବିଏମସି ଏପରି ପଦକ୍ଷେପ ନେଇଥିଲା କିନ୍ତୁ ଆଜି ବାପୁଜୀ ନଗରରେ ସେହି ସବୁ ଦୋକାନ ଖୋଲାଥିବା ଦେଖିବାକୁ ମିଳିଥିଲା ସୂଚନା ଅନୁଯାୟୀ, ସମସ୍ତ ଦୋକାନୀ ଏକତ୍ରିତ ହୋଇ ବିଏମସି କମିଶନରଙ୍କୁ ଭେଟିବା ସହ ଏକ ଦରଖାସ୍ତ ଲେଖିକି ଦେଇଥିଲେ ସେଥିପାଇଁ କମିଶନର ସେମାନଂକୁ ଏକ ସର୍ତ୍ତ ମୂଳକ ଅନୁମତି ପ୍ରଦାନ କରିଥିଲେ ।
୧- ଦୋକାନୀ, ଗ୍ରାହକ କିମ୍ବା ଦୋକାନ ମାଲିକ କେହି ଦୋକାନ ସାମ୍ନାରେ ଗାଡି ରଖି ଅଯଥା ଭିଡ କରିବେ ନାହିଁ ।
୨- ଦୋକନ ବାହାରେ କିଛି ବିଜ୍ଞlପନ ରଖିବେ ନାହିଁ ।
୩- ଦେକାନୀ ହୁଅନ୍ତୁ କି ଗ୍ରାହକ ସମସ୍ତେ ସାମାଜିକ ଦୂରତା ବଜାୟ ରଖିବେ ।
୪- ସମସ୍ତେ ମାସ୍କ ବ୍ୟବହାର କରିବେ ।
ଏହି ସର୍ତ୍ତ ମୂଳକ ଅନୁମତି ରେ ରାଜି ହୋଇଥିଲେ ସମସ୍ତ ଦୋକାନୀ । କିନ୍ତୁ ଯେଉଁ ମାନେ ଏହି ନିୟମକୁ ନମାନିବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ସୂଚନା ଦେଇଥିଲେ । ସେଥିପାଇଁ ଆଜିଠାରୁ ବାପୁଜୀ ନଗରରେ ସମସ୍ତ ଦୋକାନ ଖୋଲା ରହିବ l