Trending

ଦ୍ୱନ୍ଦ୍ୱ ଦୁର କଲେ ବିଏମସି କମିଶନର,କହିଲେ ଖୋଲି ପାରିବେ ଏ ସବୁ ଦୋକାନ





ଭୁବନେଶ୍ୱର: ଲକ ଡାଉନ ସମୟରେ କେଉଁ ଦୋକାନ ଖୋଲିବ କେଉଁ ଦୋକାନ ଖୋଲିବ ନାହିଁ ତାକୁ ନେଇ ଦୋକାନୀ ମାଲିକଙ୍କ ମନରେ ଯେଉଁ ଦ୍ୱନ୍ଦ୍ୱ ଥିଲା ତାକୁ ଦୂର କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ l

ଯଦି କୌଣସି ଦୋକାନ ଅଲଗା ଅଲଗା ରହିଛି,  ତେବେ ସେଇ ଦୋକାନ ଖୋଲିପାରିବେ l ଯଦି ୫ ରୁ ଅଧିକ ଦୋକାନ ଗୋଟିଏ ବିଲଡିଂରେ ରହୁଛି ତେବେ ସେ ମାର୍କେଟ କମ୍ପ୍ଲେକ୍ସରେ ଗଣତି ହେବ l ସେଇ ବିଲଡିଂରେ ଯେ କୌଣସି ଦୋକାନ ଥିଲେ ବି ତାହା ଖୋଲି ପାରିବେ ନାହିଁ l  

ପୂର୍ବ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକ ଖୋଲା ରହିବ l ହେଲେ ସେଲୁନ, ଚା – ଦୋକାନ, ପାନ, ମଦ, ସ୍ପା, ମାର୍କେଟ କମ୍ପ୍ଲେକ୍ସ କି ସପିଙ୍ଗ ମଲ କେହି ଖୋଲି ପାରିବେ ନାହିଁ  l 

ପୂର୍ବ ନିର୍ଦ୍ଧେଶ ଅନୁସାରେ ପେଟ୍ରୋଲ ପମ୍ପ, ଗ୍ୟାରେଜ , କପଡା, ନିର୍ମାଣ ସାମଗ୍ରୀ ଦୋକନ, ସିମେଣ୍ଟ, ଭଳି ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି l ହେଲେ ଏହି ସବୁ ଦୋକାନ ସକାଳ ୮ ଟାରୁ ସନ୍ଧ୍ୟା ୬ ଟା ଯାଏଁ ହିଁ ଖୋଲି ପାରିବେ l ଏହା ସହ ଦୋକାନରେ ୫ ରୁ ଅଧିକ ଗ୍ରାହକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି l ଦୋକାନ ଖୋଲା ସମୟରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବେ ଦୋକାନ ମାଲିକ ବୋଲି କମିଶନର କହିଛନ୍ତି l


Tags

Related Articles

Back to top button
Close