OdiaTrending

ଛପା ସରିଥିଲା କାର୍ଡ, ବିବାହ କରିଥାନ୍ତେ ସଲମାନ, ଶେଷ ମୁହୂର୍ତ୍ତରେ ମନା କରିଦେଲେ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ: ସଂଗୀତା ବିଜଲାନି ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚିତ ହୋଇଥିଲେ । ସୁପରଷ୍ଟାର ସଲମାନ ଖାନଙ୍କ ସହ ତାଙ୍କ ନାମକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଏପରିକି ଦୁହେଁ ବିବାହ କରିବାକୁ ଯାଉଥିଲେ ଏବଂ ସେମାନଙ୍କ ବିବାହ କାର୍ଡ ମଧ୍ୟ ଛପା ଯାଇଥିଲା । କିନ୍ତୁ ତା’ପରେ ଏପରି କିଛି ଘଟିଗଲା ଯେ ସଂଗୀତା ବିଜଲାନି ବିବାହ କରିବାକୁ ରୋକଠୋକ ମନା କରିଦେଇଥିଲେ।

ସଂଗୀତା ବିଜଲାନି ପିଲାଦିନରୁ ଗ୍ଲାମର ୱାର୍ଲ୍ଡକୁ ଭଲ ପାଉଥିଲେ । ସେ ୧୯୮୦ ମସିହାରେ ମିସ୍ ଇଣ୍ଡିଆ ଟାଇଟଲ୍ ଜିତିଥିଲେ। ଏହା ପରେ ସେ ମଡେଲିଂରେ ପାଦ ଥାପିଲେ । ଏହି ସମୟରେ ସଂଗୀତା ଏବଂ ଅଭିନେତା ସଲମାନ ଖାନ ପରସ୍ପରକୁ ଭଲ ପାଉଥିଲେ। ଆଉ ମେ ୨୭ ୧୯୯୪ ରେ ଉଭୟ ବିବାହ କରିବାକୁ ଯାଉଥିଲେ।

ସଂଗୀତା ଏବଂ ସଲମାନ ୧୯୮୬ ମସିହାରେ ପରସ୍ପରକୁ ଡେଟିଂ ଆରମ୍ଭ କରିଥିଲେ। ସଙ୍ଗୀତା ସେତେବେଳେ ଚଳଚ୍ଚିତ୍ରରେ ଅଭିନୟ କରିନଥିଲେ। ଖବର ଅନୁଯାୟୀ, ଉଭୟ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ସମ୍ପର୍କ ରଖିଥିଲେ। ଏହି ସମୟରେ, ସେମାନଙ୍କର ପ୍ରେମ ଭରା ସମ୍ପର୍କ ବିବାହରେ ପହଞ୍ଚିଥିଲା ​​। କେବଳ ଏତିକି ନୁହେଁ, ବିବାହ କାର୍ଡ ପର୍ଯ୍ୟନ୍ତ ଉଭୟଙ୍କ ମୁଦ୍ରଣ ହେବାର ଖବର ଆସିଥିଲା। ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଲୋକପ୍ରିୟ ଚାଟ୍ ସୋ ‘କଫି ସହ କରଣ’ରେ ସଲମାନ ଖାନ ନିଜେ କହିଥିଲେ ଯେ ସଂଗୀତା ବିଜଲାନୀଙ୍କ ସହ ବିବାହ କାର୍ଡ ମୁଦ୍ରଣ କରିଥିଲେ କିନ୍ତୁ ପରେ ସଂଗୀତା ନିଜେ ବିବାହ କରିବାକୁ ମନା କରିଦେଇଥିଲେ।

ବାସ୍ତବରେ, ସଂଗୀତା ବିଜଲାନି ହିଁ ବିବାହର ଶେଷ ମୁହୂର୍ତ୍ତରେ ମନା କରିଦେଇଥିଲେ । ୧୦ ବର୍ଷର ସଂପର୍କରେ ସଲମାନଙ୍କ ପ୍ରତାରଣା ଯୋଗୁଁ ସଂଗୀତା ଏହା କରିଥିଲେ । ସଲମାନ ଖାନ ଏବଂ ଅଭିନେତ୍ରୀ ସୋମି ଅଲିଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିବାର ଖବର ଆସିଥିଲା । ସଲମାନ ଏବଂ ସୋମି ଅଲିଙ୍କ ଘନିଷ୍ଠତା ହେତୁ ସଂଗୀତା ଦୂରେଇଯିବାକୁ ନିଷ୍ପତ୍ତି ନେଇଥିଲେ। ପରେ ୧୯୯୬ କ୍ରିକେଟର ଅଜହରୁଦ୍ଦିନଙ୍କୁ ବିବାହ କରିଥିଲେ । ହେଲେ ଏହି ବିବାହ ଅଧିକ ଦିନ ରହିଲା ନାହିଁ ଏବଂ ୨୦୧୦ ରେ ଦୁହିଁଙ୍କର ଛାଡପତ୍ର ହୋଇଥିଲେ।

Tags

Related Articles

Back to top button
Close