OdiaTrending

ଅନିଲ କପୁରଙ୍କ ଏଭଳି ଅବସ୍ଥା ଦେଖି ଚକିତ ହୋଇଗଲେ ନାମିଦାମୀ କଳାକାର, ହ୍ରିତିକ କହିଲେ କିଛି ଏମିତି

ମୁମ୍ବାଇ: ମହାମାରୀ କୋରନାର ଲକଡାଉନ ସମୟକୁ ଠିକ ଭାବରେ ଉପଯୋଗ କରିପାରିଛନ୍ତି ଅନିଲ କପୁର I ସେ ୬୩ ବର୍ଷ ବୟସରେ ନିଜ ଶରୀରକୁ ଏକ ବାଘ ପରି ସଜାଇ ପାରିଛନ୍ତି l ସେ ତାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆଣିପାରିଛନ୍ତି ବୋଲି କହିଛନ୍ତି ବଲିଉଡ ସୁପର ଷ୍ଟାର ହ୍ରିତିକ ରୋଶନ l

ଅନିଲ କପୁର ଏଭଳି ଶରୀର ଗଠନ ପାଇଁ ଲକଡାଉନ ସମୟରେ ବେଶ କଠିନ ପ୍ରଶିକ୍ଷଣ ନେଇଛନ୍ତି l ୬୩ ବର୍ଷ ବୟସରେ ଏହା ଏକ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି ଅନେକ ଫିଲ୍ମ ଷ୍ଟାର ଏବଂ ପ୍ରଶଂସକ କହିଛନ୍ତି l

ହ୍ରିତିକ ତାଙ୍କ ବୟସର ଏହି ପର୍ଯ୍ୟାୟରେ ଅନିଲ କପୁରଙ୍କ ଏହି ଫିଟନେସ ଉପରେ ବିଶ୍ୱାସ କରିପାରୁନାହାନ୍ତି । ବର୍ତ୍ତମାନ ହ୍ରିତିକ ଅନିଲଙ୍କୁ ଏହା ଦେଖାଉଛନ୍ତି ଯେ ସେ ତାଙ୍କ ଜୀବନରେ ଏକ ନୂତନ ଆଦର୍ଶ ପାଇଛନ୍ତି ।

ସେ ଅନିଲ କପୁରଙ୍କ ଫିଟନେସକୁ ପ୍ରଶଂସା କରି କରି ଥକି ନାହାଁନ୍ତି । ବଲିଉଡର ଅନ୍ୟ ସେଲିବ୍ରେଟମାନେ ମଧ୍ୟ ଅନିଲ କପୁରଙ୍କୁ ପ୍ରଶଂସା କରୁଛନ୍ତି । ଶିଳ୍ପା ଶେଟ୍ଟୀ ଠାରୁ ଆରମ୍ଭ କରି ସୁନୀଲ ଶେଟ୍ଟି ପର୍ଯ୍ୟନ୍ତ ସମସ୍ତେ ଏହି ଅଭିନେତାଙ୍କ ନୂଆ ଲୁକକୁ ବେଶ ପସନ୍ଦ କରୁଛନ୍ତି ।

Tags

Related Articles

Back to top button
Close