ମଦକୁ ନେଇ ଚିନ୍ତାରେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକ, ରାଜ୍ୟ ଅବକାରୀ ବିଭାଗକୁ ଲେଖିଲେ ଚିଠି

ନୂଆଦିଲ୍ଲୀ: ପ୍ରାୟତ କୁହାଯାଏ ଯେ ମଦ ଯେତେ ପୁରୁଣା, ସେତେ ଅଧିକ ପ୍ରଭାବଶାଳୀ । ହେଲେ ଏବେ ସେଇ ମଡ଼ାକୁ ନେଇ ଚିନ୍ତାରେ ପଡିଛନ୍ତି ହୋଟେଲ ବ୍ୟବସାୟୀ ଏବଂ ରେଷ୍ଟୁରାଣ୍ଟ ମାଲିକମାନେ । କାରଣ ତାଲା ପଡିଥିବାରୁ ଲକ୍ଷ ଲକ୍ଷ ଲିଟର ବିୟର ଦିଲ୍ଲୀର ପବ୍ ରେ ପଡ଼ିରହିଛି ।

ଯାହାର ଅବଧି ଶେଷ ହେବାକୁ ଯାଉଛି। ଦିଲ୍ଲୀର ପବ୍ ଏବଂ ବାରରେ ବିୟର, ମଦ ବିପଦରେ ରହିଛି । ୩୦ % ଷ୍ଟକ୍ ବର୍ତ୍ତମାନ ସମାପ୍ତି ତାରିଖ ପାଖେଇ ଆସିଛି । ହୋଟେଲ ଏବଂ ପବ୍ ମାଲିକମାନେ ବହୁ କ୍ଷତିର ସମ୍ମୁଖୀନ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଇଂରାଜୀ ଖବରକାଗଜ ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ ଗୁରୁଗ୍ରାମର ହୋଟେଲ ବ୍ୟବସାୟୀ ଏବଂ ରେଷ୍ଟୁରାଣ୍ଟ ମାଲିକମାନେ ରାଜ୍ୟ ଅବକାରୀ ଏବଂ ଆୟକର ବିଭାଗକୁ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ କୁହାଯାଇଛି ଯେ ଦେଶବ୍ୟାପୀ ତାଲା ପଡିଥିବା ବିୟର ଷ୍ଟକ୍ କିଣାଯାଉ କିମ୍ବା ନୂଆ ଷ୍ଟକ୍ ଦ୍ୱାରା ବଦଳେଇ ଦିଆଯାଉ ।

ହୋଟେଲ ବ୍ୟବସାୟୀ ଏବଂ ରେଷ୍ଟୁରାଣ୍ଟ ମାଲିକମାନେ କହିଛନ୍ତି ଯେ ଲକ୍ଡାଉନ୍ ପୂର୍ବରୁ ସେମାନେ ବିପୁଳ ପରିମାଣର ବିୟର ଷ୍ଟକ୍ କିଣିଥିଲେ, କିନ୍ତୁ ମାର୍ଚ୍ଚ ୨୫ ରେ ଦେଶବ୍ୟାପୀ ବନ୍ଦ ହେବା ପରେ ସବୁକିଛି ବନ୍ଦ ହୋଇଯାଇଥିଲା। ଏପରି ପରିସ୍ଥିତିରେ ସେମାନେ କୋଟି କୋଟି ଟଙ୍କା କ୍ଷତି ସହିବେ । ଯାହାଙ୍କ ଉପରେ ସରକାର ଗୁରୁତ୍ୱ ଦେବା ଜରୁରୀ ହୋଇପଡିଛି ।