Trending

ଲକ ଡାଉନ: ଘରେ କରନ୍ତୁ ନାହିଁ ଏସବୁ ଭୁଲ, ନଚେତ ଅସୁବିଧାରେ ପଡିପାରନ୍ତି ଆପଣ





ଭୁବନେଶ୍ୱର: କରୋନାକୁ ନେଇ ସବୁଠି ଲକ ଡାଉନ l ଘରେ ରହିବା, ସୁସ୍ଥ ରହିବା ବୋଲି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି l ଲୋକେ ମଧ୍ୟ୍ୟ ସଚେତନ ହୋଇ ବାହାରକୁ ନ ବାହାରି  ନିଜ ପରିବାର ସହ ସମୟ ଅତିବାହିତ କରୁଛନ୍ତି l କାମତ କିଛି ନାହିଁ, ସମୟ କଟିବ ଫୁଣି କେମିତି ସେନେଇ ମଧ୍ୟ୍ୟ ଅନେକ ଲୋକଙ୍କ ଅନେକ ଚିନ୍ତା l କିଏ ସକାଳୁ ଟିଭି ଦେଖୁଛି ଯେ ଗଲା ଦେଖୁଛି l

ଆଉ କାହାର ମୁହଁ ମୋବାଇଲର ଡ଼ିସ୍ପ୍ଲେ ରୁ ହଟୁନି ତ ଆଉ କିଏ ଖଟରୁ ଉଠୁଛନ୍ତି କେବେଳ ଖାଇବା ପାଇଁ  l ହେଲେ ଏସବୁ ଭିତରେ ନିତିଦିନିଆ କାମକାର୍ଯ୍ୟକୁ ଭୁଲିଯାଉଛନ୍ତି ଅନେକ ଲୋକ l ଘରେ ବସିବା ସମୟରେ ଅନେକ ଲୋକ ସେମାନଙ୍କ ଖାଇବା ପିଇବା ମଧ୍ୟ୍ୟ  ବଢ଼େଇ ଦେଇଛନ୍ତି l ହେଲେ ଏହାଦ୍ୱାରା ଅନେକ ରୋଗ ଆପଣ ନିଜ ଘରକୁ ପରୋକ୍ଷରେ  ନିମନ୍ତ୍ରଣ କରୁଛନ୍ତି l ତା ସାଙ୍ଗକୁ ଯିଏ ପ୍ରତେକ ଦିନ ଘର କାମ କରୁଥିଲେ ତାଙ୍କ ଉପରେ ଆହୁରି କାମ ଲଦି ଦିଆଯାଉଛି l ଏଇଟା କର ସେଇଟା ଛାଣିଦିଅ ଭଳି ଖାଦ୍ୟ ଅର୍ଡର ବଢ଼େଇ ଦିଆଯାଉଛି l

ବିଚରା ମା, ଭାଉଜ, ଭଉଣୀ କରିବେ କଣ, କାହାକୁ କହିବେ l ଆଗରୁ ଟିକେ ଚଳି ଯାଉଥିଲା l ସ୍କୁଲ, କଲେଜ, ଅଫିସ ସବୁ ଖୋଲା ଥିଲା l ହେଲେ ଏବେ ତ ସବୁ ବନ୍ଦ, ସମସ୍ତେ ଘରେ l କେବଳ ଟିଭି, ଆଉ ପାଟିରୁ ବାହାରୁଥିବା ଅର୍ଡର ବନ୍ଦ ହେବାର  ନା ନେଉନି l

ତେବେ ଏଭଳି ସମୟରେ ଏସବୁ କରନ୍ତୁ ନାହିଁ l କରୋନାକୁ ପ୍ରତିହତ କରିବା ପାଇଁ ଆପଣମାନେ ଘରେ ରହୁଛନ୍ତି ତାହା  ଭଲ କଥା l ହେଲେ ଘରେ ରହିବା ସମୟରେ କିଛି  କାମ କରନ୍ତୁ l ଯେମିତି ରୋଷେଇରେ, ବାସନ ମଜ଼ାରେ, କପଡା ସଫା, ଘର, ବଗିଚା, ବ୍ୟୟାମ କରନ୍ତୁ l ନ ହେଲେ ଆପଣ ଅସୁବିଧାରେ ପଡି ପାରନ୍ତି l କିଛି ନ କରି ଖାଲିରେ ବସିଲେ ମେଦ ବହୁଳତା ବଢିବ, ଶରୀରରୁ ଝାଳ ବାହାରିବ ନାହିଁ l

ଯାହା ଖାଇବେ ତାହା ହଜମ ହେବ ନାହିଁ l ଛାତି ପୋଡା ହେବ, ପେଟ ଗ୍ୟାସ ଭଳି ଅନେକ ରୋଗକୁ ଆପଣ ପରୋକ୍ଷରେ ନିଜ ଘରକୁ  ନିମନ୍ତ୍ରଣ କରନ୍ତୁ ନାହିଁ l ସେଥିପାଇଁ ଘରେ ରହିବା ସମୟରେ କିଛି କାମ କରନ୍ତୁ ଅନ୍ୟକୁ ସାହାଯ୍ୟ କରନ୍ତୁ  l ଯେଉଁ କଥାକୁ ରାଜ୍ୟ ସରକାରଙ୍କ କୋଭିଡ -19 ର ମୁଖ୍ୟ  ମୁଖପାତ୍ର ସୁବ୍ରତ ବାଗଚି ମଧ୍ୟ୍ୟ ବାରମ୍ବାର ସାମ୍ବାଦିକ ସମ୍ମିଳନୀରେ କହୁଛନ୍ତି l ଯାହାକୁ ଅନୁକରଣ କରିବାର ଆବଶ୍ୟକତା ରହିଛି l


Tags

Related Articles

Back to top button
Close