Trending

କଟକ ନରସିଂହପୁରରେ ଚାଞ୍ଚଲ୍ୟ, କରୋନା ପାଇଁ ନରବଳୀ ଦେଲେ ମନ୍ଦିର ପୂଜକ





କଟକ: କଟକ ନରସିଂହପୁର ବନ୍ଧହୁଡ଼ା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । କରୋନା ପାଇଁ ନରବଳୀ ଦେଲେ ମନ୍ଦିର ପୂଜକ । ସରୋଜ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ କଟୁରିରେ ଅତି ବୀଭତ୍ସ ଭାବେ ହତ୍ୟା କରିଛି ପୂଜକ ସଂସାରୀ ଓଝା ।

ଶରୀରରୁ ମୁଣ୍ଡ ଗଣ୍ଡି ଅଲଗା କରିଦେବା ପରେ ପୂଜାରୀ ଜଣକ ଥାନାରେ ଆତ୍ମସମର୍ପଣ କରିଛି । ହତ୍ୟାରେ ବ୍ୟବହୃତ କଟୁରୀକୁ ପୋଲିସ ଜବତ କରିବା ସହ ଥାନାରେ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । 

ମିଳିଥିବା ସୂଚନ ଆନୁଯାୟୀ,ବନ୍ଧହୁଡ଼ା ଗାଁର ମା ବ୍ରାହ୍ମଣୀଦେଇ ମନ୍ଦିରର ପୂଜକ ସଂସାରୀ ଓଝା କରୋନା ମହାମାରୀଙ୍କୁ ରୋକିବା ପାଇଁ ନରବଳୀ ଦେଇଛନ୍ତି । ଏନେଇ ତାଙ୍କୁ  ସ୍ୱପ୍ନାଦେଶ ହୋଇଥିବା ପୂଜକ କହିଛନ୍ତି ।

କରୋନା ଭୟାବହକୁ ରୋକିବା ପାଇଁ ସେ ନରବଳୀ ଦେଇଛି ବୋଲି ସ୍ୱୀକାର କରିଛି ପୂଜକ । ସେପଟେ ନରସିଂହପୁର ପୋଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଛି ।


Tags

Related Articles

Back to top button
Close