ପର ଘରେ ମୁଲ ଲାଗୁଥିବା ବାପା-ମାଙ୍କ ପାଇଁ ଝିଅ କରିଗଲେ କିଛି ଏମିତି, ଲୋକେ କହିଲେ ସାବାସ ଭାରତୀ ସାବାସ

ଇନ୍ଦୋର: ନିଜର ଦୃଢ ଇଛାଶକ୍ତି ପାଇଁ ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି ମଧ୍ୟପ୍ରଦେଶର ଭାରତୀ ଖଣ୍ଡେକର । ବାପା ଆଉ ମାଙ୍କର ସ୍ୱପ୍ନକୁ ଖୁବ କମ ବୟସରେ ପୂରଣ କରିପାରିଛନ୍ତି ଭାରତୀ । ଦଶମ ବୋର୍ଡ ପରୀକ୍ଷାରେ ୬୮ ପ୍ରତିଶତ ମାର୍କ ହାସଲ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତାଙ୍କର ଏଭଳି କଠିନ ସଂଘର୍ଷ ଏବଂ ସଫଳତାକୁ ପ୍ରଶଂସା କରି ଇନ୍ଦୋର ମ୍ୟୁନିସିପାଲିଟି କର୍ପୋରେସନ (ଆଇଏମସି) ଭୂମିହୀନ ପରିବାରକୁ ଫ୍ଲାଟ ବଣ୍ଟନ କରିଛନ୍ତି ।

ଫ୍ଲାଟରେ ଗୋଟିଏ ଶୟନ କକ୍ଷ, ହଲ୍ ଏବଂ ରୋଷେଇ ଘର ଅଛି। ଭୂମିହୀନମାନଙ୍କୁ ଘର ଯୋଗାଇବା ଆମର କାମ । କିନ୍ତୁ ରାସ୍ତା ଉପରେ ଭାରତୀ ଏବଂ ତାଙ୍କ ପରିବାରର ଅତି ଦୟନୀୟ ଅବସ୍ଥାରେ ଜୀବନ କାଟୁଥିବାର କାହାଣୀ ଗଣମାଧ୍ୟମ ଜରିଆରେ ଆମେ ଜାଣିବାକୁ ପାଇଥିଲୁ । ଭାରତୀଙ୍କ ପିତା ଦଶରଥ ଖଣ୍ଡେକର ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ମା ଘରଘର ଯାଇ କାମ କରନ୍ତି । ଏହି ପ୍ରତିଜ୍ଞାକାରୀ ଛାତ୍ରୀଙ୍କର ଦୁଇଟି ସାନ ଭାଇ ମଧ୍ୟ ଅଛନ୍ତି ।

ସୂଚନାଯୋଗ୍ୟ ଯେ ଭାରତୀ ସହରର ଏକ ସରକାରୀ ବିଦ୍ୟାଳୟର ଛାତ୍ରୀ । ସେ ଦଶମ ଶ୍ରେଣୀ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି ।