Trending

ଦିଶା ପାଟନୀଙ୍କ ବେୟୋନ୍ସ ଡାନ୍ସ ରେ ଟାଇଗର ଶ୍ରଫ୍ ଫିଦା





ଦିଶା ପାଟନୀ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ବେୟୋନ୍ସ ଡାନ୍ସକୁ ନେଇ  ଆହ୍ୱାନ ଦେଇଥିଲେ |

ବଲିଉଡ ର ହଟ ଆଣ୍ଡ ସେକ୍ସି ଗାର୍ଲ ଦିଶା ପାଟନୀ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ | କେତେବେଳେ ସେକ୍ସି ପୋଜ ରେ ସେଲ୍ଫି ତ ଆଉ କେତେବେଳେ ୱାର୍କଆଉଟ୍ ଭିଡିଓ ପୋଷ୍ଟ କରି ତାଙ୍କ ଫ୍ୟାନ ମାନଙ୍କର ମନ ଜିତୁଥିଲେ |

ଲକଡାଉନ୍ ମଧ୍ୟରେ ସମସ୍ତଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ଅଛି, ତେଣୁ ଏହି ମାଲାଙ୍ଗ ଅଭିନେତ୍ରୀ ତାଙ୍କ ଫ୍ୟାନ ଫଲୋୟର ମାନଙ୍କ ପାଇଁ ମନୋରଞ୍ଜନ ର ଖୋରାଖ ଯୋଗେଇ ଦେଇଥିଲେ  | ବେୟୋନ୍ସ ଡାନ୍ସ କରି ଅନ୍ୟମାନଙ୍କୁ ଚ୍ୟାଲେଞ୍ଜ ମଧ୍ୟ କରିଥିଲେ |  ଭିଡିଓରେ ଦିଶା ବେୟୋନ୍ସ ଡାନ୍ସ ରିମିକ୍ସରେ ନାଚୁଥିବାର ନଜର ଆସିଛନ୍ତି, ଯାହା ବାସ୍ତବରେ ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଛି |

ଏହି ଭିଡିଓରେ ଦିଶା ଏକ ଫସଲ ଟପ୍ , ଜୋଗର୍ ଏବଂ କ୍ୟାପ୍ ପିନ୍ଧିଥିବାର ନଜର ଆସିଛନ୍ତି | ଦିଶା ପାଟାନି ନିଜେ ଏହି ଭିଡିଓ କୁ ତାଙ୍କ ସୋସିଆଲ ମେଡିଆରେ ସେୟାର କରିଛନ୍ତି ଯେଉଁଥିରେ ସେ ବେୟୋନ୍ସ  ରିମିକ୍ସରେ ନାଚୁଥିବାର ଦେଖାଯାଉଛି | ଭିଡ଼ିଓ ପୋଷ୍ଟ କରିବାର କିଛି ଘଣ୍ଟା ମଧ୍ୟରେ ୨୬ ଲକ୍ଷ ଲୋକେ ଦେଖିସାରିଥିଲେ ଏବଂ ଅନେକ ମନ୍ତବ୍ୟ ମଧ୍ୟରେ ଟାଇଗର ଶ୍ରଫଙ୍କ କମେନ୍ଟ ମଧ୍ୟ ଥିଲା | ଟାଇଗର ଶ୍ରଫ ତାଙ୍କ ଗର୍ଲଫ୍ରେଣ୍ଡର ଭିଡିଓକୁ ତାଳି ବଜେଇ  ପ୍ରଶଂସା କରିଥିଲେ |  

‘ବାଗୀ 2 ‘ ଚଳଚ୍ଚିତ୍ରରେ ଲଭ ବାର୍ଡ଼ ଟାଇଗର ଶ୍ରଫ୍ ଓ ଦିଶା ପାଟନୀ ଙ୍କ ଯୋଡିକୁ ଭରପୁର ପସନ୍ଦ କରିଥିଲେ | ମୋହିତ ସୁରୀଙ୍କ  ‘ ମଲାଙ୍ଗ ‘ ଚଳଚ୍ଚିତ୍ରରେ ଆଦିତ୍ୟ ରୟ କପୁର, ଅନିଲ କପୁର ଏବଂ କୁନାଲ କେମୁଙ୍କ ସହ ଦିଶା ପାଟନୀଙ୍କୁ  ଦେଖିବାକୁ ମିଳିଥିଲା ଏବଂ ପରବର୍ତ୍ତୀ ସମୟରେ ସେ ସଲମାନ ଖାନଙ୍କ ଅଭିନୀତ ‘ ରାଧେ ‘ରେ ନଜର ଆସିବେ | ଇଦ୍ ୨୦୨୦  ରେ ‘ ରାଧେ ‘ ପରଦାକୁ ଆସିବାକୁ ଯୋଜନା ଥିଲା କିନ୍ତୁ ମହାମାରୀ କୋଭିଡ ୧୯ ଯୋଗୁ ରିଲିଜ୍ ସ୍ଥଗିତ ରଖାଯାଇଛି | ଏଥିସହ ଆଦିତ୍ୟ ରୟ କପୁରଙ୍କ ଅଭିନୀତ ‘ଏକ ଭିଲେନ’ ର ସିକ୍ୱେଲରେ ମଧ୍ୟ ଦିଶାଙ୍କୁ ଦେଖିବାକୁ ପାଇବେ ଦର୍ଶକ |


Tags

Related Articles

Back to top button
Close