OdiaTrending

ଚିନ ରୁ ଖସିଆସିଲେ କରୋନା ବୈଜ୍ଞାନିକ, ସମସ୍ତଙ୍କ ସାମ୍ନାରେ ଖୋଲିଲେ ପୋଲ

ନୂଆଦିଲ୍ଲୀ: ଚାଇନାର ଜଣେ ବିଶିଷ୍ଟ ବିଜ୍ଞାନିକ କହିଛନ୍ତି ଯେ ଚୀନ୍ କରୋନା ଜୀବାଣୁ ବିଷୟରେ ବିଶ୍ୱକୁ କହିବା ପୂର୍ବରୁ ଚୀନ୍ ଏହି ଜୀବାଣୁ ବିଷୟରେ ଜାଣିଥିଲା । ବୈଜ୍ଞାନିକ ଡକ୍ଟର ଲି ମେଙ୍ଗ ୟାନ କହିଛନ୍ତି ଯେ ସୁପରଭାଇଜର ମଧ୍ୟ ତାଙ୍କର ଅନୁସନ୍ଧାନକୁ ଅଣଦେଖା କରିଛନ୍ତି ଯାହାଦ୍ୱାରାକି ଲୋକଙ୍କ ଜୀବନ ରକ୍ଷା କରାଯାଇପାରିଥାନ୍ତା ।

ଏପ୍ରିଲ୍ ୨୦୨୦ ଶେଷରେ, ଲି ମେଙ୍ଗ ୟାନ୍ ହଂକଂ ଛାଡି ଆମେରିକା ଯାଇଥିଲେ। ଲି ମେଙ୍ଗ ହଂକଂ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍ଥରେ ଵୟୋଲୋଜି ଏବଂ ଇମ୍ୟୁନୋଲୋଜିରେ ପାରଦର୍ଶୀ ରହିଆସିଛନ୍ତି। ଲି କହିଛନ୍ତି ଯେ ସେନ୍ସର ଏବଂ କ୍ୟାମେରାର ନଜର ରୁ ଅତି ସାବଧାନତାର ସହ ଖସିଆସିବାରେ ସକ୍ଷମ ହୋଇଥିଲି , କାରଣ ସେ ଭୟ କରୁଥିଲେ ଯେ ଧରାପଡ଼ିବା ପରେ ତାଙ୍କୁ ଜେଲରେ ରଖାଯାଇପାରେ କିମ୍ବା ତାଙ୍କୁ ହତ୍ୟା କରିଦେଇଥାନ୍ତେ ।

ଆମେରିକୀୟ ଟିଭି ଚ୍ୟାନେଲ ଫକ୍ସ ନ୍ୟୁଜକୁ ସୂଚନା ଦେଇ ଲି ମେଙ୍ଗ ୟାନ କହିଛନ୍ତି ଯେ ଚୀନ୍ ସରକାର ତାଙ୍କ ପ୍ରତିଷ୍ଠା ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ତାଙ୍କୁ ଚୁପ୍ କରିବା ପାଇଁ ସାଇବର ଆକ୍ରମଣ କରାଯାଉଛି। ସେ ବର୍ତ୍ତମାନ ଏକ ଅଜ୍ଞାତ ସ୍ଥାନରେ ରହୁଛନ୍ତି।

ଲି ମେଙ୍ଗ ୟାନ କହିଛନ୍ତି ଯେ ସେ ନିଜ ଜୀବନକୁ ବିପଦରେ ଅନୁଭବ କରୁଛନ୍ତି ଏବଂ ସେ ଭୟ କରୁଛନ୍ତି ଯେ ସେ ଆଉ ଘରକୁ ଫେରି ପାରିବେ ନାହିଁ। ସେ କହିଛନ୍ତି ଯେ ଯଦି ସେ ଚାଇନାରେ କରୋନା ବିଷୟରେ ସତ କହିଥାନ୍ତେ ତେବେ ତାଙ୍କୁ ହତ୍ୟା କରିଥାନ୍ତେ।

ୟାନ୍ ଦାବି କରିଛନ୍ତି ଯେ ସେ ବିଶ୍ୱର ମନୋନୀତ ହୋଇଥିବା ଜ୍ଞାନିକମାନଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ପ୍ରଥମେ କରୋନା ଜୀବାଣୁ ଅଧ୍ୟୟନ କରିଥିଲେ। ସେ କହିଛନ୍ତି ଯେ ଡିସେମ୍ବର ୨୦୧୯ ରେ ଚୀନ୍ ହଂକଂ ବିଶେଷଜ୍ଞମାନଙ୍କୁ କରୋନା ଉପରେ ଗବେଷଣା କରିବା ବନ୍ଦ କରିଦେଇଛି। ଏହା ପରେ ସେ ତାଙ୍କ ଲୋକଙ୍କଠାରୁ କରୋନା ବିଷୟରେ ସୂଚନା ସଂଗ୍ରହ କରିଥିଲେ ।

୩୧ ଡିସେମ୍ବର ୨୦୧୯ ରେ ଚାଇନା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏବଂ ନିରାକରଣ ବୈଜ୍ଞାନିକ ସଫା ସଫା କହିଦେଇଥିଲେ ଯେ କରୋନା ମଣିଷଠାରୁ ମଣିଷକୁ ବ୍ୟାପିଥାଏ । କିନ୍ତୁ ସେପର୍ଯ୍ୟନ୍ତ ଚୀନ୍ WHO କିମ୍ବା ବିଶ୍ୱକୁ ଜଣାଇ ନଥିଲା । ଯାହାଦ୍ୱାରା ଆଜି ସମଗ୍ର ବିଶ୍ୱ କରୋନା ମହାମାରୀ ଦ୍ୱାରା କବଳିତ ହୋଇଛି । ଦିନକୁ ଦିନ ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ସମଗ୍ର ବିଶ୍ୱବାସୀ ।

Tags

Related Articles

Back to top button
Close