ଭୁବନେଶ୍ୱର: ମହାମାରୀ କୋରନା କବଳରେ ଏବେ ସାରାଦେଶ l ଆଉ ଏହି ମହାମାରୀ ଠାରୁ ଲୋକଙ୍କ ଜୀବନକୁ ସୁରକ୍ଷା ଦେବାକୁ ଯାଇ ୨୧ ଦିନ ପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି l ଜରୁରୀକାଳୀନ ସେବା ଓ ଅତ୍ୟାବଶକ୍ୟ ସାମଗ୍ରୀ ଦୋକାନକୁ ଛାଡି ଦେଲେ ସବୁଠି ତାଲା ଝୁଲୁଛି l
ହେଲେ କିଛି ସିନେ ପ୍ରେମୀ ରହିଛନ୍ତି ଯେଉଁମାନଂକୁ ଘାରିଛି କେବଳ ଗୋଟିଏ କଥା, କେବେ ଖୋଲିବ ହଲ l କିଏ ନିଜ ବନ୍ଧୁ ସହ ତ ଆଉ କିଏ ନିଜ ପରିବାର ସଦସ୍ୟଙ୍କ ସହ ସିନେମା ହଲ ଯିବାକୁ ଚାହିଁ ବସିଛନ୍ତି l ମୋବାଇଲ କି ଟିଭିରେ ସେଇ ମୁଭି ଦେଖିଲେ ସେତେଟା ତାଙ୍କୁ ମଜ଼ା ଲାଗୁନି l
ହଲରେ ଲାଗିଥିବା ବଡ଼ ପରଦା, ତା ସାଙ୍ଗକୁ ଶରାଉଣ୍ଡିଙ୍ଗ ସାଉଣ୍ଡ l ଯିଏ ଦେଖିଛି ଆଉ ଯିଏ ଶୁଣିଚି, ସେ ହିଁ କେବଳ ଜାଣିଛି ହଲ ଆଉ ଘର ମଧ୍ୟରେ ଫରକ କଣ l ହଲ ଭିତରେ ଦର୍ଶକଙ୍କ ତାଳି ଆଉ ହୁଇସିଲ ମରାକୁ ଅନେକ ଲୋକ ଏବେ ଘରେ ବସିକି ମିସ କରୁଛନ୍ତି l ଆଉ ସେମାନଙ୍କ ମନରେ ଉଙ୍କି ମାରୁଛି ସେଇ ଗୋଟିଏ ପ୍ରଶ୍ନ l
କେବେ ଖୋଲିବ ସିନେମା ହଲ l ହେଲେ ଏବେ ଯୁଗ ବଦଳି ଗଲାଣି ଲୋକେ ବିଭିନ୍ନ ଆପ ମାଧ୍ୟମରେ ରିଲିଜ ହେଉଥିବା ନୂଆ ନୂଆ ମୁଭିକୁ ଘରେ ବସି ଦେଖିପାରୁଛନ୍ତି l ହଁ, ଏଥିପାଇଁ ଆପଣଙ୍କର ନେଟ ପ୍ୟାକ ଥିବା ଜରୁରୀ l ଯାହାଦ୍ୱାରା କି ଆପଣ ଘରେ ବସିକି ନୂଆ ନୂଆ ମୁଭି ଦେଖିବା ସାଙ୍ଗକୁ ଅନ୍ୟ ମାନଂକୁ ମଧ୍ୟ୍ୟ ମୁଭି ଲିଙ୍କ ସେୟାର କରିପାରିବେ l ହେଲେ ଏତେ ପରେ ବି ଲୋକଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ କେବେ ଲକ ଡାଉନ ଖୋଲିବ କେବେ ସ୍ୱାଭାବିକ ହେବ ଜୀବନ ଯାତ୍ରା l ସେଇ ସମୟକୁ ଚାଇଁ ବସିଛନ୍ତି ସଭିଏଁ l