ଭୁବନେଶ୍ୱର: କରୋନା କଟକଣା କୁ ବେଖାତିର କରି ରାଜଧାନୀରେ ଚାଲିଛି ଜୁଆ ଖେଳ l ଖୋଦ ରାଜଧାନୀରେ ଆସର ଜମାଇଛନ୍ତି ଯୁଆଡ଼ି । କୋଭିଡ୍ ପାସ ଲଗାଇ ଭୁବନେଶ୍ୱରରେ ଘୁରି ବୁଲୁଛନ୍ତି ଜୁଆଡି । ବିଡିଓଙ୍କ ଅନୁମତି ପତ୍ର ଦେଖାଇ ଭୁବନେଶ୍ୱରରେ ବିଳମ୍ବିତ ରାତିରେ ତିନିଟି ଗାଡିରେ ବୁଲୁଛନ୍ତି ଜୁଆଡି ।
ଏଭଳି ଏକ ଘଟଣା ଘଟିଛି ନୟାପଲ୍ଲୀସ୍ଥିତ ଓୟୋ ହୋଟେଲରେ l ସୂଚନା ଅନୁଯାଇ ଜୁଆ ଖେଳ ଚାଲିଥିବା ନେଇ ଖବର ପାଇବା ପରେ ଚଢ଼ାଉ କରିଥିଲା ପୋଲିସ । ସେଠାରୁ ୯ଜଣ ଜୁଆଡିଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ତିନିଟି ଦାମି ଗାଡି , ଦେଢ଼ ଲକ୍ଷ ଟଙ୍କା ଓ ମୋବାଇଲ୍ ଜବତ କରିଛି l
ନୟାପଲ୍ଲୀ ଥାନା ପୋଲିସ୍ ଗିରଫ ହୋଇଥିବା 9 ଜଣଙ୍କ ମଧ୍ୟରେ ସମସ୍ତେ ହେଉଛନ୍ତି ବଡ଼ ବଡ଼ ବିଲଡର ଏବଂ କଣ୍ଟାର୍କଟର l ଏମାନେ କେଉଁଟି କେଉଁଟି ଏହିଭଳି ଜୁଆଆଡ୍ଡା ଚଳାଇଛନ୍ତି ତଦନ୍ତ କରୁଛି ନୟାପଲ୍ଲୀ ପୋଲିସ l ଏହି 9 ଜଣଙ୍କୁ କୋର୍ଟ ଫରୱାର୍ଡ କରାଯିବ ବୋଲି କହିଛି ପୋଲସ I