OdiaTrending

ମହାକାଳ ମନ୍ଦିରରେ ବେଧଡକ ଭାବେ ବୁଲୁଥିଲା ବିକାଶ ଦୁବେ, କିଏ ଓ କାହିଁକି କରିଥିଲେ ଗ୍ୟାଙ୍ଗଷ୍ଟାର ଭିଡିଓ ?

ଉତ୍ତରପ୍ରଦେଶ: ୮ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା କୁଖ୍ୟାତ ଅପରାଧୀ ବିକାଶ ଦୁବେକୁ ଗୁରୁବାର ଦିନ ଉଜୈନ ର ମହାକାଳ ମନ୍ଦିରରୁ ଗିରଫ କରିଥିଲା ପୋଲିସ । ଗିରଫ ହେବାର ୨୪ ଘଣ୍ଟା ମଧ୍ୟରେ ପୋଲିସ ହାତରୁ ଖସିଯିବାକୁ ଚେଷ୍ଟା କରୁଥିଲା ବିକାଶ ଦୁବେ । ଆଉ ଶେଷରେ ପୋଲିସ୍ ଏନକାଉଣ୍ଟରରେ ନିହତ ହୋଇଥିଲା ଗ୍ୟାଙ୍ଗଷ୍ଟାର ।

ଆଉ ଏସବୁ ଭିତରେ ବିକାଶ ଦୁବେର ଏକ ଭିଡି଼ଓ ଏବେ ସାମ୍ନାକୁ ଆସିଛି । ଯେଉଁ ଭିଡିଓଟି ମହାକାଳ ମନ୍ଦିରର । ମନ୍ଦିରରେ ବେଧଡକ ଭାବେ ବିକାଶ ଦୁବେ ବୁଲୁଥିବାର ଦୃଶ୍ୟ ଏହି ଭିଡି଼ଓରେ ଦେଖିବାକୁ ମିଳୁଛି । କେହି ଜଣେ ବିକାଶର କାର୍ଯ୍ୟକଳାପକୁ ମୋବାଇଲ କ୍ୟାମେରାରେ କ୍ୟାପଚର କରୁଥିଲା । ଯେଉଁ ପୋଷାକରେ ତାକୁ ପୋଲିସ ଗିରଫ କରିଥିଲା ସେଇ ପୋଷାକ ପିନ୍ଧିଥିବା ଏହି ଭିଡି଼ଓରେ ଦେଖିବାକୁ ମିଳୁଛି ।

ତେବେ ଏଠି ପ୍ରଶ୍ନ ଉଠିଛି ଯେ କ୍ୟାମେରାରେ ବିକାଶ ଦୁବେଙ୍କ ପ୍ରତ୍ୟେକ ପଦକ୍ଷେପରେ କିଏ କ୍ୟାପଚର କରୁଥିଲେ। ଏହା ପଛରେ କିଛି ବଡ ଷଡଯନ୍ତ୍ର ଅଛି କି? ଖାଲି ସେତିକି ନୁହେଁ, କିଏ ପଛରୁ ଏତେ ବଡ ଅପରାଧୀଙ୍କ ଭିଡିଓ ତିଆରି କରୁଥିଲା ।

ଭିଡିଓରେ ଏହା ସ୍ପଷ୍ଟ ହୋଇଛି ଯେ ଭିଡିଓ ନିର୍ମାତା ମଧ୍ୟ ଆରାମରେ ମନ୍ଦିରରେ ବୁଲୁଥିଲା । ମହାକାଳ ମନ୍ଦିରକୁ କାହିଁକି ଯାଇଥିଲା ବିକାଶ ଦୁବେ ? ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ସହ ମନ୍ଦିରକୁ ଆଉ କେହି ଆସିଥିଲେ କି ? ଯିଏ କି ଗିରଫ ହେବା ପରେ ସେଠାରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ। ଏଭଳି ଅନେକ ପ୍ରଶ୍ନ ଅଛି ଯାହା କି ପୋଲିସ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ।

Tags

Related Articles

Back to top button
Close