OdiaTrending

ପୁଅ ୟସବର୍ଦ୍ଧନଙ୍କ ଦୁର୍ଘଟଣା ଖବର ଶୁଣି ପହଁଚିଲେ ଗୋବିନ୍ଦା, ତାପରେ କଲେ କିଛି ଏମିତି .. ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡି଼ଓ

ମୁମ୍ବାଇ: ଗୁରୁବାର ରାତିରେ ମୁମ୍ବାଇର ଜୁହୁରେ ବଲିଓଡ଼ ଅଭିନେତା ଗୋବିନ୍ଦାଙ୍କ ପୁଅ ୟସବର୍ଦ୍ଧନ ଆହୁଜାଙ୍କ ସଡକ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ସମୟରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଉଭୟ ପକ୍ଷଙ୍କ ସହମତିରେ ମାମଲାର ସମାଧାନ ମଧ୍ୟ ହୋଇଥିଲା । ହେଲେ ସେଇ ସମୟର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

View this post on Instagram

Happy #diwali ?

A post shared by Yashvardhan Ahuja (@ahuja_yashvardhan) on

ମିଳିଥିବା ସୂଚନ ଅନୁଯାଇ ,ଗୋବିନ୍ଦାଙ୍କ ପୁଅ ୟସବର୍ଦ୍ଧନଙ୍କ କାର ଅନ୍ୟ ଏକ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଯେଉଁଥିରେ କି କେହି ଆହତ ହୋଇନଥିଲେ । ଗୋଟିଏ କାର ନିଜେ ୟସବର୍ଦ୍ଧନ ଚଳାଉଥିବା ବେଳେ ଅନ୍ୟ କାରକୁ ଜଣେ କମ୍ପାନୀ ଡ୍ରାଇଭର ଚଳାଉଥିଲେ। ତେବେ ଦୁହିଁଙ୍କ ପାରସ୍ପରିକ ବୁଝାବଣା ହେତୁ ସମସ୍ୟାର ସମାଧାନ ହୋଇଥିଲା ।

ତେବେ ଖବର ପାଇବା ପରେ ଗୋବିନ୍ଦା ନିଜେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସେଠାରେ ଉପସ୍ଥିତ ଥିବା ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିଥିଲେ । ତେବେ ଉଭୟ ଗାଡିର ଡ୍ରାଇଭର ଏହି ଘଟଣାକୁ ରୋକିବା ପାଇଁ ବହୁତ ଚେଷ୍ଟା କରିଥିଲେ। ଯାହା ଫଳରେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଦୁହେଁ । ଦୁର୍ଘଟଣା ପାଇଁ ପରସ୍ପରକୁ ଦାୟୀ ନକରି ବୁଝାମଣା କରିନେଇଥିଲେ ପରେ ପୋଲିସ ଏହି ଘଟଣାରେ ହସ୍ତକ୍ଷେପ ନ କରି ଏଡାଇ ଦେଇଥିଲା ।

Tags

Related Articles

Back to top button
Close