ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରୁ ଏକ ଦୁର୍ଭାଗ୍ୟଜନକ ଘଟଣା ସାମ୍ନାକୁ ଆସିଛି ,ଯେଉଁଠାରେ ଜଣେ ଡାକ୍ତରଙ୍କୁ ନିଜ ଜୀବନ ହରିବାକୁ ପଡିଛି । ଯୁବ ଡାକ୍ତର ଜଣକ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଭେଟିବା ପାଇଁ ତାଙ୍କ ହଷ୍ଟେଲରେ ପହଞ୍ଚିଥିଲେ। ଆଉ ହଷ୍ଟେଲ ପାଇପରେ ଚଢ଼ୁଥିବା ବେଳେ ଅସାବଧାନତା ଯୋଗୁଁ ତଳକୁ ଖସିପଡିଥିଲେ ଡାକ୍ତର ଜଣକ । ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ବାସ୍ତବରେ, ଏ ଘଟଣା ହେଉଛି ଇନ୍ଦୋର ଇଣ୍ଡେକ୍ସ ମେଡିକାଲ କଲେଜର, ଏଠାରେ ପୋଷ୍ଟ ହୋଇଥିବା ଜଣେ ଡାକ୍ତର ତାଙ୍କ ପ୍ରେମିକାଙ୍କୁ ଭେଟିବା ପାଇଁ ପାଇପ ଯୋଗେ ହଷ୍ଟେଲର ତୃତୀୟ ମହଲାକୁ ଯାଇଥିଲେ । ହେଲେ ସେଇ ପାଇପ ଯୋଗେ ତଳକୁ ଓହ୍ଲାଉଥିବା ବେଳେ ଖସି ପଡ଼ିଥିଲେ । ତାଙ୍କୁ ଇନ୍ଦୋରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଡାକ୍ତରଙ୍କ ନାମ ଆୟୁଷ। ଆୟୁଷ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଏକତ୍ର MBBS ଅଧ୍ୟୟନ କରିଥିଲେ ଏବଂ ଆୟୁଷ ଇଣ୍ଡେକ୍ସ ହସ୍ପିଟାଲରେ ଇଣ୍ଟର୍ନସିପ୍ କରୁଥିଲେ | ତାଙ୍କ ପ୍ରେମିକା ଲକଡାଉନ ପରେ ଇନ୍ଦୋରକୁ ଫେରିଥିଲେ। ପରେ ଡାକ୍ତର ଜଣକ ତାଙ୍କ ବାନ୍ଧବୀଙ୍କୁ ଭେଟିବା ପାଇଁ ହଷ୍ଟେଲରେ ପହଞ୍ଚିଥିଲେ। ସେପଟେ ଏସପି ସୁରଜ ଭର୍ମା କହିଛନ୍ତି ଯେ ଇଣ୍ଡେକ୍ସ ମେଡିକାଲ କଲେଜର ଡାକ୍ତର ଆୟୁଷଙ୍କ ଦେହାନ୍ତ ହୋଇଛି । ତଦନ୍ତ ଚାଲିଛି ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ସ୍ପଟ ଜଣାପଡିବ ।