OdiaTrending

B’day Spl: ୧୯ ବର୍ଷ ବୟସରେ ଯେବେ ଗୁଲସନକୁ କିସ କରି ଚର୍ଚ୍ଚାକୁ ଆସିଥିଲେ କ୍ୟାଟ୍ରିନା

ନୂଆଦିଲ୍ଲୀ: ବଲିଉଡର ସୁନ୍ଦର ଅଭିନେତ୍ରୀ କ୍ୟାଟ୍ରିନା କୈଫ ନିଜର ୩୭ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅଭିନେତ୍ରୀ ୧୬ ଜୁଲାଇ ୧୯୮୩ ରେ ହଂକଂରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମହମ୍ମଦ କୈଫ ଏବଂ ମାତାଙ୍କ ନାମ ସୁଜାନେ। ଆଜି ଇଣ୍ଡଷ୍ଟ୍ରିର ଜଣେ ପ୍ରମୁଖ ଅଭିନେତ୍ରୀ କ୍ୟାଟ୍ରିନା ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ପାଇବା ପାଇଁ କଠିନ ପରିଶ୍ରମ କରିଛନ୍ତି ।

ବଲିଉଡରେ କ୍ୟାଟ୍ରିନାଙ୍କ ଡେବ୍ୟୁ ଅତ୍ୟନ୍ତ ବିଶେଷ ନଥିଲା, କିନ୍ତୁ ଆଜି ସେ ନିଜ କଠିନ ପରିଶ୍ରମ ବଳରେ ବଡ ଅଭିନେତା ଏବଂ ନିର୍ମାତାମାନଙ୍କ ସହ କାମ କରିଛନ୍ତି । କ୍ୟାଟ୍ରିନା ଜଣେ ମଡେଲ ଭାବରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହି ଅଭିନେତ୍ରୀ ଲଣ୍ଡନରେ ମଡେଲ ହୋଇଥିଲେ । କ୍ୟାଟ୍ରିନାଙ୍କ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଥିଲା ‘ବୁମ୍’, ଯାହା ୨୦୦୩ ମସିହାରେ ପରଦାକୁ ଆସିଥିଲା ​​।

View this post on Instagram

#katrinakaif #boom #throwback2003 #boommovie

A post shared by Katrina | Kaif (@katrinakobsessed) on

ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ କିଛି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିନଥିଲା, କିନ୍ତୁ ଏହାର ବୋଲ୍ଡ ବିଷୟବସ୍ତୁ ହେତୁ ଫିଲ୍ମଟି ବହୁତ ଚର୍ଚିତ ହୋଇଥିଲା । ଏଥି ସହିତ କ୍ୟାଟ୍ରିନା ମଧ୍ୟ ଏକ ବୋଲ୍ଡ ସିନ କରି ରାତାରାତି ଷ୍ଟାର ଵନିଯାଇଥିଲେ । ଗୁଲଶନ ଗ୍ରୋଭରଙ୍କ ସହ କ୍ୟାଟ୍ରିନାଙ୍କ ଚୁମ୍ବନ ଦୃଶ୍ୟକୁ ନେଇ ସେତେବେଳେ ବହୁ ଚର୍ଚ୍ଚା ହୋଇଥିଲା ।

ଏହା ପରେ, କ୍ୟାଟ୍ରିନା ୨୦୦୪ ମସିହାରେ ସାଉଥ୍ ଫିଲ୍ମ ଆଡକୁ ମୁହାଁଇଥିଲେ ଏବଂ ‘ମଲ୍ଲିକୱାରୀ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ କ୍ୟାଟ୍ରିନାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । ଏହା ପରେ ରାମ ଗୋପାଳ ଭର୍ମା ତାଙ୍କ ଚଳଚ୍ଚିତ୍ର ‘ସାର୍କ’ରେ ଅଭିନେତ୍ରୀଙ୍କୁ ଏକ ଛୋଟ ଭୂମିକା ପ୍ରଦାନ କରିଥିଲେ ।

କ୍ୟାଟ୍ରିନା ପ୍ରାୟ ୧୭ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ରହିଆସିଛନ୍ତି ଏବଂ ଏହି ସମୟ ମଧ୍ୟରେ ସେ ସାରୁଖ, ସଲମାନ ଏବଂ ଆମୀର ଖାନଙ୍କ ସମେତ ହ୍ରିତିକ ରୋଶନ ଏବଂ ଅକ୍ଷୟ କୁମାରଙ୍କ ଭଳି ଅନେକ ବଡ଼ ଚଳଚ୍ଚିତ୍ର ତାରକାଙ୍କ ସହ କାମ କରିଛନ୍ତି। କେବଳ ଏତିକି ନୁହେଁ, କ୍ୟାଟ୍ରିନା ତାଙ୍କର ଚମତ୍କାର ଆଇଟମ୍ ନମ୍ବର ପାଇଁ ମଧ୍ୟ ବେଶ ଜଣାଶୁଣା । ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ କ୍ୟାଟ୍ରିନା ଖୁବ୍ ଶୀଘ୍ର ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ସୂର୍ଯ୍ୟଭାନ୍ସି’ରେ ନଜର ଆସିବେ, ବର୍ତ୍ତମାନ ନିର୍ମାତାମାନେ କରୋନା କାରଣରୁ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିନାହାଁନ୍ତି।

Tags

Related Articles

Back to top button
Close