OdiaTrending

ପୁତ୍ର ବିୟୋଗରେ ମ୍ରିୟମାଣ ପୂରା ପରିବାର, ଫିନାଇଲ ପିଇ ପରିବାର ଲୋକଙ୍କ ଆତ୍ମହତ୍ୟା ଉଦ୍ୟମ

 

ଭୁବନେଶ୍ୱର: ଝାରସୁଗୁଡା ଜିଲ୍ଲା BTM ଫାଣ୍ଡି ଅନ୍ତର୍ଗତ ଲହଣ୍ଡାବୁଡ଼ ଠାରେ ଘଟିଛି ଏକ  ଅଭାବନୀୟ ଘଟଣା। ପରିବାରର ଜଣେ ପୁଅ ଦୁର୍ଘଟଣା ରେ ଶିକାର ହେବା ପରେ ଗତକାଲି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ  ମୃତ୍ୟୁ ଘଟିଛି। ଏଥିରେ ପରିବାର ଲୋକ ଭାଙ୍ଗିପଡି ପରିବାରର  ପାଞ୍ଚ ଜଣ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ସୂଚନା ଅନୁସାରେ ଗତ 2018 ମସିହାରେ ଦୀପକ ବିଶ୍ୱାଳ ନାମୀ ଜଣେ ଯୁବକ ର ଦୁର୍ଘଟଣା ର ଶିକାର ହୋଇଥିଲେ। ଏବଂ ଗତକାଲି ତାଙ୍କର ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଫଳରେ ପରିବାର ବର୍ଗ ଦୁଃଖର  ମ୍ରିୟମାଣ ହୋଇ ଫିନାଇଲ ପିଇ ଦେଇ ପରିବାର ସାରା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।

ଦୀପକ ବିଶ୍ୱାଳ ଙ୍କର ମୃତ୍ୟୁ ପରେ ମାଁ , ଭାଇ , ଏବଂ ତିନି ଭଉଣୀ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ପରିବାରର 4 ଜଣ ଙ୍କର ଚିକିତ୍ସା ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଚାଲିଥିବା ବେଳେ ଜଣେ ଭଉଣୀ ଙ୍କର ଅବସ୍ଥା ଗୁରୁତର ହେବାରୁ ବୁର୍ଲା କୁ ସ୍ଥାନାନ୍ତର କରାଯାଇଛି।

ଏହି ଆତ୍ମହତ୍ୟା ର ନିଷ୍ପତି ଆମର ଏବଂ ଭାଇ ଙ୍କୁ ହରାଇବା ପରେ ଏଭଳି ଚରମ ନିଷ୍ପତି ନେଲୁ ବୋଲି  ଦୀପକ ଙ୍କର ଭଉଣୀ କହିଛନ୍ତି।

 

Tags

Related Articles

Back to top button
Close