ଭୁବନେଶ୍ୱର: Royal Enfield ବାଇକ ଚଲେଇବାକୁ କିମ୍ବା ବାଇକ କିଣିବାକୁ କାହାକୁ ବା ଭଲ ଲାଗେ ନାହିଁ । କିନ୍ତୁ ସୁଲଭ ମୁଲ୍ୟରେ ଏକ ଭଲ ମଡେଲର ବାଇକ କିଣିବା ବହୁତ କଷ୍ଟକର ହୋଇଥାଏ । ବାଇକ ଟି କିଣିଲା ବେଳେ ଏହାର ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ବିଶେଷ ଭାବରେ ଏହାର ମଡେଲ ଓ ଦାମ ପ୍ରତି ସମସ୍ତଙ୍କର ଧ୍ୟାନ ରହିଥାଏ । ତେବେ ଆସନ୍ତୁ ଜାଣିବା ସେହିଭଳି କେତେକ ରୋୟାଲ ଏନଫିଲ୍ଡ ବାଇକ ଏବଂ ତାର ଦାମ ବିଷୟରେ ।
ଭାରତରେ Royal Enfield bikes ଦାମ ୧.୨୧ ଲକ୍ଷରୁ ଆରମ୍ଭ ହୋଇଥାଏ । ଏହି କମ୍ପାନୀର Royal Enfield Bullet 350 ମଡେଲଟି ହେଉଛି ସବୁଠାରୁ ଶସ୍ତା । Royal Enfield Continental GT 650 ମଡେଲଟି ହେଉଛି ଏହାର ସବୁଠାରୁ ଦାମି ମଡେଲ ମଧ୍ୟରୁ ଗୋଟିଏ, ଯାହାର ଦାମ ୨.୭୧ ଲକ୍ଷ । ଏହି କମ୍ପାନୀର ସବୁଠାରୁ ଲୋକପ୍ରିୟ ମଡେଲଟି ହେଉଛି Royal Enfield Himalayan BS6 ଯାହାର ଦାମ ୧.୮୬ଲକ୍ଷ ।
Royal Enfield Himalayan BS6 (1.86 Lakh)
Royal Enfield Classic 350 (1.45 Lakh – 1.81 Lakh)
Royal Enfield Bullet 350 (1.21 Lakh – 1.36 Lakh)
Royal Enfield Himalayan (1.80 Lakh – 1.82 Lakh)
Royal Enfield Interceptor 650 (2.56 Lakh)
Royal Enfield Thunderbird 350X (1.64 Lakh)
Royal Enfield Classic 500 (2.02 Lakh – 2.16 Lakh)