ନୂଆଦିଲ୍ଲୀ: ପ୍ରକାଶ ପାଇଲା ଇନଷ୍ଟାଗ୍ରାମର ଧନୀ ତାଲିକା ୨୦୨୦ । ଆଉ ଏହି ତାଲିକାରେ ଭାରତର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ କ୍ରିକେଟର ବିରାଟ କୋହଲି ସ୍ଥାନ ପାଇଛନ୍ତି । ଏହି ତାଲିକାରେ, ପ୍ରସିଦ୍ଧ ସେଲିବ୍ରେଟଙ୍କ ଅନୁଗାମୀ ଏବଂ ଏକ ପୋଷ୍ଟ ପାଇଁ ସେମାନେ ରୋଜଗାର କରିଥିବା ଟଙ୍କା ଇନଷ୍ଟାଗ୍ରାମରେ ପ୍ରକାଶ ପାଇଛି । ଏହି ତାଲିକାରେ ଶ୍ରେଷ୍ଠ ୧୦ ଜଣ ସେଲିବ୍ରେଟରେ କୌଣସି ଭାରତୀୟ ତାରକା ନଥିବାବେଳେ ଅନୁଷ୍କା ଶର୍ମାଙ୍କ ସ୍ୱାମୀ ବିରାଟ କୋହଲି ୨୬ ନମ୍ବର ସ୍ଥାନରେ ରହିଛନ୍ତି ।
ଏହି ତାଲିକାରେ ପ୍ରିୟଙ୍କା ଚୋପ୍ରାଙ୍କୁ ପରାସ୍ତ କରି ବିରାଟ କୋହଲି ଏହି ସ୍ଥାନ ପାଇଛନ୍ତି । ଏହି ତାଲିକାରେ ପ୍ରିୟଙ୍କା ଚୋପ୍ରା ୨୮ ନମ୍ବରରେ ରହିଛନ୍ତି । ବିରାଟଙ୍କ ଅନୁଗାମୀମାନଙ୍କ ବିଷୟରେ କହିବାକୁ ଗଲେ ବିରାଟ କୋହଲି ୬୬.୨ ନିୟୁତ ଅନୁସରଣକାରୀଙ୍କ ସହ ୨୬ ନମ୍ବରରେ ଅଛନ୍ତି । ତାଙ୍କର ଏକ ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ସେ ୨.୨ କୋଟି ଚାର୍ଜ କରିଛନ୍ତି ।
ତେବେ ଇନଷ୍ଟାଗ୍ରାମ ରିଚ୍ ଲିଷ୍ଟ ୨୦୨୦ ରେ ହଲିଉଡର ଡୱେନ ଜନସନ ଏକ ନମ୍ବରରେ ଥିବାବେଳେ କିଲି ଜେନେର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଶ୍ରେଷ୍ଠ ୧୦ ତାଲିକାରେ ସେଲିନା ଗୋମେଜ୍, କିମ୍ କରଡାସିୟାନ୍, ଜଷ୍ଟିନ ବିବର, ଟେଲର ସ୍ବିଫ୍ଟ ଏବଂ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋଙ୍କ ଭଳି ନାମ ରହିଛି ।