କଟକ: ପଶୁ ପକ୍ଷୀଙ୍କ ସୁରକ୍ଷା ପାଇଁ ଅନେକ ଆଇନ ଏବଂ ଯୋଜନା କରିଛନ୍ତି ସରକାର କିନ୍ତୁ ଏସବୁକୁ ମାନୁଛି କିଏ ? ନିଜର ଭୁଲ ପାଇଁ ନିରୀହ ପଶୁଙ୍କ ଜୀବନ ନେବା ଛଡା ଆଉ କଣ ବା ଜାଣିଛି ଏ ମଶିଷ । ଯାହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି କଟକ ସହରରେ । ଗତକାଲି କଟକ ଜିଲ୍ଲା ମାହାଙ୍ଗା ଥାନା ଭଉଁରିଆ ପଞ୍ଚାୟତ ନହଙ୍ଗ ଗାଁରେ କିଛି ଲୋକ କୁକୁରକୁ ବିଷ ଦେଇ ମାରିଦେଇଥିବା ଅଭିଯୋଗ ହୋଇଛି ।
ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏକାଥରକେ ୪୦ରୁ ୫୦ଟି ବୁଲା ଓ ପୋଷା କୁକୁରକୁ ମାରି ଦିଆଯାଇଥିବା ଜଣାପଡିଛି । ହେଲେ ଏନେଇ ପୋଲିସ ପାଖରେ କୌଣସି ଖବର ନାହିଁ । ସୂଚନାଅନୁଯାଇ କୁକୁର ଛେଳିଙ୍କୁ କାମୁଡି ମାରିଦେବା ଓ ଖଣ୍ଡିଆ ଖାବରା କରିବା ଘଟଣାକୁ ନେଇ କିଛି ଛେଳିଚାଷୀ କ୍ରୋଧାନ୍ୱିତ ହୋଇ ଥିଲେ | ପ୍ରତିଶୋଧ ପରାୟଣ ହୋଇ ମାଂସରେ ବିଷ ମିଶାଇ କୁକୁରଙ୍କୁ ମାରିବାର ଯୋଜନା କରାଯାଇଥିଲା l ଫଳରେ ଵିଷମିଶା ମାଂସ ଖାଇ ସ୍ଥାନୀୟ ଅଂଚଳରେ ପ୍ରାୟ ଚାଳିଶରୁ ଉର୍ଦ୍ଧ କୁକୁର ଏବଂ ବିଲୁଆଙ୍କର ମୃତ୍ୟୁ ଘଟିଛି l
ଏନେଇ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି l ଗାଁରେ ଘଟିଥିବା ଏହି ଘଟଣାକୁ ନେଇ ଉଭୟ ପକ୍ଷ ପରସ୍ପର ବିରୁଦ୍ଧରେ ଆଇନିର ଆଶ୍ରୟ ନେଇଛନ୍ତି l କୁକୁର ଓ ବିଲୁଆଙ୍କ ହତ୍ୟା ଘଟଣାରେ ଯିଏ ଦୋଷୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଖୋଦ ସରପଞ୍ଚ ଓ ତାଙ୍କ ସମର୍ଥକ ଥାନାର ଦ୍ୱାରସ୍ଥ ହୋଇଛନ୍ତି l ଅପରପକ୍ଷରେ କୁକୁର କାମୁଡ଼ାରେ ଛେଳିଙ୍କ ମୃତ୍ୟୁ ହେବାରୁ ଆଇନର ଦ୍ୱାରସ୍ଥ ହୋଇଛନ୍ତି କେତେକ କ୍ଷତିଗ୍ରସ୍ତ ପରିବାର l ତେବେ ପଶୁ ହତ୍ୟାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ l