ବାଙ୍ଗାଲୁରୁ: ବାଙ୍ଗାଲୁରୁରେ ଦିନକୁ ଦିନ ବଢିବାରେ ଲାଗିଛି କୋରନା ଆକ୍ରାନ୍ତଙ୍କ ସଂଖ୍ୟା । ଯାହାକୁ ଦୃଷ୍ଟିରେ ରଖି ସହରରେ ପୁଣି ଥରେ ଲକ ଡାଉନ ହୋଇପାରେ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ବି ଶ୍ରୀରାମୁଲୁ। “ଗତ କିଛି ଦିନ ହେବ ସହରରେ କୋରନା ଆକ୍ରାନ୍ତ ବୃଦ୍ଧି ପାଇବାରେ ଲାଗିଛି । ଯଦି ସମାନ ପରିସ୍ଥିତି ଜାରି ରହେ ତେବେ ବାଙ୍ଗାଲୁରୁକୁ ପୁଣିଥରେ ତାଲା ପକାଇ ଦିଆଯାଇପାରେ ବୋଲି ମଙ୍ଗଳବାର ସହରର କେସି ଜେନେରାଲ ହସ୍ପିଟାଲ ପରିଦର୍ଶନ କରିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ତେବେ ସିଏମ୍ ବି ଏସ୍ ୟେଦୁୟୁରପ୍ପା ଏବଂ COVID-19 ଟାସ୍କଫୋର୍ସର ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ମଙ୍ଗଳବାର ଦିନ ୧୦୭ ଟି ନୂଆ ଆକ୍ରାନ୍ତଙ୍କ କୁ ମିଶାଇଲେ ବାଙ୍ଗାଲୁରୁ କୋଭିଡ -19 ଆକ୍ରାନ୍ତଙ୍କ ସଂଖ୍ୟା ତିନି ଗୁଣ ବୃଦ୍ଧି ପାଇଛି ତୃତୀୟ ଦିନ ପାଇଁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୫୦ ଅତିକ୍ରମ କରିଛି। ଯଦି ଏହିଭଳି ପରିସ୍ଥିତି ଲାଗି ରୁହେ ତେବେ ସରକାର ବାଧ୍ୟ ହୋଇ କଠୋର ନିଷ୍ପତି ଗ୍ରହଣ କରିବେ ବୋଲି ସୂଚନା ମିଳିଛି l
କଣ ପାଇଁ ବାଙ୍ଗାଲୁର ରେ ଏତେ ସଂଖ୍ୟକ ଆକ୍ରାନ୍ତ ବଢୁଛନ୍ତି ? କଣ ଲୋକେ କୋଭିଡି ନିୟମକୁ ଠିକ ସେ ପାଳନ କରୁନାହାଁନ୍ତି ? ଏହା ହେଉଛି ବାଙ୍ଗାଲୁର ବାସିଙ୍କ ପାଇଁ ବଡ଼ ପ୍ରଶ୍ନ l ଯଦି ଆଗାମୀ ଦିନରେ କେନ୍ଦ୍ର ସରକାର ଅନ ଲକ-୨ ସାରା ଦେଶକୁ କୋରନା କଟକଣା ମୁକ୍ତ କରନ୍ତି ତେବେ ଆଗାମୀ ଭବିଷ୍ୟତରେ ଏହି ସହରର ଅବସ୍ଥା କଣ ହେବ ତାହା ଏହି ଆକ୍ରାନ୍ତ ରୁ ଅନୁମାନ କରି ହେଉଛି l