Trending

ଚାଇନିଜ୍ ଟିକଟକ କୁ ଟକ୍କର ଦେଉଛି ଭାରତୀୟ ଆପ, ୫୦ ଲକ୍ଷରୁ ଅଧିକ କଲେଣି ଡାଉନଲୋଡ୍





ନୂଆଦିଲ୍ଲୀ: ଚାଇନିଜ୍ ଆପ୍ ଟିକଟକ କୁ ଟକ୍କର ଦେଉଛି ଭାରତୀୟ ଆପ ମିତ୍ରୋଂ। ଖୁବ୍ କମ୍ ସମୟ ମଧ୍ୟରେ, ମିତ୍ରୋଂ ଆପ୍ ର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ପ୍ଲେ ଷ୍ଟୋର ଅନୁଯାୟୀ ଏହା ଭାରତର ଏକ ଲୋକପ୍ରିୟ ଆପ୍ ହୋଇପାରିଛି ।

ଗୋଟିଏ ମାସ ପୂର୍ବରୁ ଲଞ୍ଚ ହୋଇଥିବା ଏହି ଆପ୍ ବର୍ତ୍ତମାନ ପର୍ଯ୍ୟନ୍ତ ୫୦  ଲକ୍ଷ ଥର ଡାଉନଲୋଡ୍ ହୋଇଛି। ଯାହାକି ଚାଇନାର ଟିକ୍ ଟକ୍  ଆପ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପରି ମନେ ହେଉଛି ।

ମିତ୍ରୋଂ ଆପ୍ ଏପରି ଏକ ସମୟରେ ଆସିଛି ଯେତେବେଳେ ଲୋକମାନେ ଟିକଟକ କୁ ପ୍ରତ୍ୟାଖାନ କରିବା ଆରମ୍ଭ କରିଦେଇଛନ୍ତି । ତେବେ ମିତ୍ରୋଂ ଆପ୍ ଟିକଟକ ପରି ।  ଟିକଟକ ପରି ଆପଣ ଏଥିରେ ଏକ ସଟ ଭିଡିଓ ପ୍ରସ୍ତୁତ କରି ପୋଷ୍ଟ କରିପାରିବେ। ଏହି ପ୍ଲାଟଫର୍ମରେ, ଆପଣ ଅଭିନବ ଭିଡିଓ ସୃଷ୍ଟି କରି ଭଲ ବିଷୟବସ୍ତୁ ମଧ୍ୟ ଦେଇପାରିବେ । ଏକ ମାସ ମଧ୍ୟରେ, ଏହି ଆପ୍ ୫୦ ଲକ୍ଷରୁ ଅଧିକ ଥର ଡାଉନଲୋଡ୍ ହୋଇଛି । ୟୁଟ୍ୟୁବ୍ ଭର୍ସ ଟିକଟୋକ ବିବାଦ ସମୟରେ ଏହି ଆପ୍ ଲଞ୍ଚ ହୋଇଛି । ଏଭଳି ପରିସ୍ଥିତିରେ ଲୋକମାନେ ଟିକଟକକୁ ଛାଡି ମିତ୍ରୋଂ ଆପ୍ କୁ ଅଧିକ ଡାଉନଲୋଡ୍ କରୁଛନ୍ତି ।  

ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆପଣ ଏହି ଆପ୍ ଡାଉନଲୋଡ୍ କରିପାରିବେ । ଏହି ଆପ୍ ସଂପୂର୍ଣ୍ଣ ମାଗଣା । ଏହି ଆପର ବ୍ୟବହାର ସମ୍ପୂର୍ଣ୍ଣ  ଟିକଟକ ପରି ଅଟେ ।


Tags

Related Articles

Back to top button
Close