Trending

କ୍ଵାରେଣ୍ଟିନ ସେଣ୍ଟରରେ ବାଜିଲା ଡିଜେ, ନାଚିଲେ ପ୍ରବାସୀ





ଭୁବନେଶ୍ୱର: ସାମାଜିକ ଦୂରତାକୁ ଫୁ କରି କରୋଣ୍ଟlଇନ ସେଣ୍ଟରରେ ଡ୍ୟାନ୍ସ ପରିବେଷଣ କରିଥିଲେ କ୍ଵlରେଣ୍ଟlଇନ ଅନ୍ତେବାସୀ   l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ଭାପୁର ବ୍ଲକ କରବର ଗାଁରେ l ଗତ କାଲି ରାତିରେ କରବର କ୍ଵାରେଣ୍ଟlଇନ ସେଣ୍ଟର ରେ ପ୍ରବସୀ ମାନଙ୍କ ମନୋରଞ୍ଜନ ପାଇଁ ନୃତ୍ୟ ପରିବେଶଣ କରାଯାଇଥିଲା l

ସ୍ଥାନୀୟ  ସରପଞ୍ଚ ଙ୍କ ସ୍ୱାମୀ ଙ୍କ ନେତୃତ୍ୱରେ ହୋଇଥିଲା ନାଚ ଗୀତ  l ଏହି ନାଚ ଗୀତରେ ନିଜକୁ ଭୁଲି ଯାଇଥିଲେ ଅନ୍ତେବାସୀ l ଭୁଲି ଯାଇଥିଲେ ସମସ୍ତ କୋରନା ଗାଇଡ଼ ଲାଇନକୁ l ସାମାଜିକ ଦୂରତା କୁ କେହି ଅବଲମ୍ବନ ନକରି ସମସ୍ତେ ନୃତ୍ୟ ପରିବେଷଣ କରିଥିଲେ l ଖାଲି ଅନ୍ତେବାସୀ ନୁହଁନ୍ତି ଦାୟିତ୍ୱରେ ଥିବା ସରପଞ୍ଚଙ୍କ ସ୍ୱାମୀ ମଧ୍ୟ ଭୁଲି ଯାଇଥିଲେ କୋରନା ଗାଇଡ଼ ଲାଇନକୁ l

ଗୋଟେ ପଟେ ଚେନ ପୁଲିଂ କରି ଖସି ପଳାଉଛନ୍ତି ପ୍ରବାସୀ ଓଡ଼ିଆ l ଆଉ ଗୋଟେ ପଟେ ସାମାଜିକ ଦୂରତ୍ୱକୁ ଭୁଲି ଯାଇ କ୍ଵାରେଣ୍ଟlଇନ ସେଣ୍ଟରରେ କରୁଛନ୍ତି ଗୀତନାଚ l ଏହା ସରକାରଙ୍କର ଚିନ୍ତାର କାରଣ ପାଲଟିଛି l ପୂର୍ବରୁ ଭଦ୍ରକର ତିହିଡି କ୍ଵାରେଣ୍ଟାଇନ ସେଣ୍ଟରରେ ଟିକ ଟକ ଭିଡିଓ କରିଥିଲେ ପ୍ରବାସୀ l ସେଥିପାଇଁ ନିଜେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ନିବେଦନ କରିଥିଲେ ଏହିଭଳି କିଛି ନକରିବା ପାଇଁ l ଆଉ ମଧ୍ୟ କହିଥିଲେ ଯେ ଯେଉଁମାନେ ଏଭଳି କିଛି କାର୍ଯ୍ୟ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ


Tags

Related Articles

Back to top button
Close