ମୁମ୍ବାଇ: ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି l ସାଧାରଣ ଲୋକଙ୍କ ବ୍ୟତୀତ ବର୍ତ୍ତମାନ ସଂକ୍ରମଣ ପୋଲିସ ବିଭାଗରେ ମଧ୍ୟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି l ଆର୍ଥର ଜେଲରେ 103 କରୋନା ସକରାତ୍ମକ ମାମଲା ରୁଜୁ ହୋଇଥିବା ବେଳେ ଏଥିରେ 77 କଏଦୀ ଏବଂ 26 ଜେଲର କର୍ମଚାରୀ ଅଛନ୍ତି l
କଏଦୀମାନଙ୍କୁ ଜିଟି ହସ୍ପିଟାଲ ଏବଂ ସେଣ୍ଟ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରାଯିବ l ସୁରକ୍ଷା ମଧ୍ୟରେ ଅନ୍ତେବାସୀଙ୍କୁ ଶୁକ୍ରବାର ସକାଳେ ଡାକ୍ତରଖାନା ନିଆଯିବ l ଜେଲର କର୍ମଚାରୀଙ୍କୁ ଡାକ୍ତରଖାନାକୁ ଅଲଗା ଅଲଗା ସ୍ଥାନାନ୍ତର କରାଯିବ l
ଆର୍ଥର ରୋଡ୍ ଜେଲ୍ ହେଉଛି ମୁମ୍ବାଇର ସର୍ବ ପୁରାତନ ଜେଲ୍ l ଏହା କସ୍ତୁରବା ଡାକ୍ତରଖାନା ସାମ୍ନାରେ ରହିଛି l କସ୍ତୁରବା ହସ୍ପିଟାଲକୁ ମୁମ୍ବାଇର କୋଭିଡ -19 ର ନୋଡାଲ ହସ୍ପିଟାଲ କରାଯାଇଛି l ଏହି ଜେଲରେ ବର୍ତ୍ତମାନ 2 ହଜାର ଅନ୍ତେବାସୀ ବନ୍ଦୀ ଅଛନ୍ତି l ଜେଲରେ ଥିବା ଅନ୍ତେବାସୀଙ୍କ ମଧ୍ୟରେ ପାରସ୍ପରିକ ଦୂରତା ମଧ୍ୟ ରହିଛି l
ବର୍ତ୍ତମାନ ପର୍ଯ୍ୟନ୍ତ 200 ରୁ ଅଧିକ ସ୍ୱାବ ପରୀକ୍ଷା ଜେଲରେ ନିଆଯାଇଥିଲା ଯେଉଁଥିରେ 103 ଜଣ ଲୋକ ସକାରାତ୍ମକ ବୋଲି ଜଣାପଡିଛି l ବୁଧବାର ଦିନ 45 ବର୍ଷ ବୟସ୍କା କଏଦୀଙ୍କ ରିପୋର୍ଟ ସକରାତ୍ମକ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି l
ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ, ଜେଲରେ କରୋନା ସକରାତ୍ମକ ମାମଲା ସମ୍ପର୍କରେ ସୂଚନା ଦେଇଛନ୍ତି l ଗୋଟିଏ ଦିନ ପୂର୍ବରୁ ମହାରାଷ୍ଟ୍ର ଜେଲ ରିପୋର୍ଟ କରିଥିଲା ଯେ ନାର୍କୋଟିକ୍ସ ଡ୍ରଗ୍ସ ଆକ୍ଟ ଅନୁଯାୟୀ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ କରୋନା ପଜିଟିବ ବୋଲି ଜଣାପଡିଥିଲା l ପରେ ଜେଲରେ ଥିବା ଅନ୍ୟ କଏଦୀ ଓ କର୍ମଚାରୀ ମାନଂକର ସାମ୍ପଲ ଟେଷ୍ଟ କରାଯାଇଥିଲା l ଟେଷ୍ଟ ପରେ 77 କଏଦୀ ଏବଂ 26 ଜେଲର ଅଧିକାରୀ କରୋନା ପଜିଟିଭ୍ ବୋଲି ଜଣାପଡିଛି l ସେ କହିଛନ୍ତି, ଆର୍ଥର ରୋଡ ଜେଲରେ 2800 ରୁ ଅଧିକ କଏଦୀ ଅଛନ୍ତି l ଅଧିକ ଚିକିତ୍ସା ପାଇଁ ସମସ୍ତଙ୍କୁ ଶୁକ୍ରବାର ସକାଳେ ଡାକ୍ତରଖାନାରେ ଭର୍ତ୍ତି କରାଯିବ ବୋଲି ସୂଚନା ମିଳିଛି l