OdiaTrending

ଯାଜପୁର ଶିକ୍ଷୟତ୍ରୀ ହତ୍ୟାକାଣ୍ଡ ଘଟଣା, ପୋଲିସ ହାତରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ

ଯାଜପୁର: ବହୁଚର୍ଚ୍ଚିତ ଯାଜପୁରରୋଡ ଥାନା ରାଛିପୁର ଛକ ନିକଟରେ ଶିକ୍ଷୟତ୍ରୀ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଧାପାଂଶ କରିଛି ପୋଲିସ । ହତ୍ୟାକାରୀ ଆଉ କେହି ନୁହଁନ୍ତି ଖୋଦ ଶିକ୍ଷୟତ୍ରୀଙ୍କ ସ୍ୱାମୀ କରିଥିଲେ ଏଭଳି ବିବତ୍ସ ହତ୍ୟାକାଣ୍ଡ ।

ଶିକ୍ଷୟତ୍ରୀ ଯୋଗମାୟାଙ୍କ ସ୍ୱାମୀ ସୌମ୍ୟ ପ୍ରକାଶ ମଲ୍ଲିକଙ୍କୁ ଶନିବାର ପୋଲିସ ଗିରପଂ କରି କୋର୍ଟ ଚାଲାଣ କରିଛି । ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି । ସୌମ୍ୟ ଓ ଯୋଗମାୟାଙ୍କ ମଧ୍ୟରେ ପୂର୍ବରୁ ବିବାହ ବିଚ୍ଛେଦ ହୋଇଥିଲେ ମଧ୍ୟ କଳହ ଲାଗିରହିଥିଲା ।

ଗତ ୯ ତାରିଖ ଦିନ ଯୋଗମାୟା ନିଜର ସହଯୋଗୀଙ୍କ ସହିତ ଘରକୁ ପେଂରୁଥିବା ବେଳେ ସୌମ୍ୟ ଯୋଗମାୟାଙ୍କୁ କତା ସାହାଯ୍ୟରେ ହାଣି ହତ୍ୟା କରି ପେଂରାର ହୋଇଯାଇଥିଲା ।

ପରେ ପୋଲିସ ସାଇଂଟିପିଂକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ କରି ଅଭିଯୁକ୍ତ ସୌମ୍ୟକୁ ଗିରପଂ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ କତା ଏବଂ ଏକ ମୋଟର ସାଇକେଲକୁ ଜବତ କରିଛି । ପରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ରିମାଣ୍ଡରେ ଆଣି ଘଟଣାର ଅଧିକ ଖୋଳ ତାଡ଼ କରିପାରେ ବୋଲି ଜଣାପଡିଛି ।

Tags

Related Articles

Back to top button
Close